STORYMIRROR

Papu parida

Comedy Inspirational Others

4  

Papu parida

Comedy Inspirational Others

ସଭ୍ୟ ସମାଜର ସଭ୍ୟ ମଣିଷ

ସଭ୍ୟ ସମାଜର ସଭ୍ୟ ମଣିଷ

1 min
158


ଘରକୁ ମନ୍ଦିର ଭାବୁଥିଲେ ଆମେ

ପାଦ ଛୁଇଁବା ମୋର ସଂସ୍କାର

ଜୋତା ପିନ୍ଧି ବୁଲୁ ସେଇ ଘରେ ଏବେ

ପର ପାଦରେ କିଟାଣୁ ଡର।


ଚଟାଣରେ ବସି ମାଆ ହାତରନ୍ଧା

ସତେ ଶ୍ରୀକ୍ଷେତ୍ର ପୁରୀ ଅଭଡ଼ା

ଟେବୁଲ ଉପରେ ବିଲାତି ଢଙ୍ଗରେ

କଣ୍ଟା ଚାମୁଚ ହୁଅଇ ଲୋଡ଼ା।


କେତେ ରକମର ପିଠାପଣା ହୁଏ

ହାଏ ମନ ଜମାରୁ ଭରେନି

ପେଟ ମୋଡି ଦିଏ ହେଲେ ବି ମୋ ପ୍ରିୟ

ପିଜ୍ଜା ବରଗର ଚାଉମିନି।


ଧୋତିକୁର୍ତ୍ତା ଏବେ ସାର୍ଟ ପ୍ୟାଣ୍ଟ ହେଲା

ଶାଢ଼ୀ ହୋଇଗଲା ଏବେ ନାଇଟି

ଛୋଟ କପଡ଼ାରେ ଫେସନ ମୋହର

ଠିକ ହୋଇଲା ଯେବେ ରାଇଟି।


ଗାଈ ଯେ ପାଳଇ ମୁରୁଖ ଗାଉଁଲି

ସଭ୍ୟ କୁକୁର ପାଳଇ ଯିଏ

ଗୋବର ପାଣିରେ ଘର ଶୁଦ୍ଧ ଥିଲା

ର୍ସପୁ ଘଷିଲେ ବି ରୋଗ ହୁଏ।


ସାଙ୍ଗ ସାଥି ମେଳେ ଗାଆଁ ଦାଣ୍ଡ ସାରା

କେତେ ଖେଳୁଥିଲୁ ଖେଳ ଆମେ

ଭିଡିଓ ଗେମରେ କେତେ ଖେଳିଲେ ବି

ସେହି ଆସର କି ଆଉ ଜମେ।


ବୁଢ଼ୀ ଆଇ କୋଳେ ବୁଢ଼ୀ ଆଇ ଗପ

ହାଏ  କି ସୁନ୍ଦର ନିଦ ଦିଏ

ମୋବାଇଲ କହେ କେତେ ଯେ କାହାଣୀ

ଆଖି ଶୋଇବା ମୋ ଭୁଲିଯାଏ।


ପାଦେ ଚାଲି ଚାଲି କେତେ କେତେ ଦୂର

ରାସ୍ତା ଯାଉଥିଲା ପରା ହାରି

ଗାଆଁର ଛକକୁ ଯିବା ପାଇଁ ହେଲେ

ଏବେ ବାଇକିଟେ ଦରକାରୀ।


ସୁସ୍ଥ ଓ ସବଳ କେତେ ବାହୁବଳ

ଖାଲି କରି ବିଲରେ ପାଇଟି

ଆଧୁନା ମଣିଷ ଜିମ ଯାଇବି

ହୁଏତାର ପ୍ୟାଣ୍ଟ ଟାଇଟି।


ଯୁଗ୍ମ ପରିବାରେ ସମ୍ପର୍କର ମୂଲ

କେତେ ଅନୁଭୂତି ଭରିଦିଏ

ସହରୀ ପବନ ସଭ୍ୟ ହେବା ନିଶା

କେତେ ସମ୍ପର୍କକୁ ମାରୁଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy