STORYMIRROR

Prabhati Mahapatra

Comedy Others

4  

Prabhati Mahapatra

Comedy Others

କରୋନା କୁରୁବିନ୍ଦ

କରୋନା କୁରୁବିନ୍ଦ

1 min
170

ଏଇ ଦେଖ ଆସୁଛି ଭାଇ

କରୋନା ଦେହରେ ଡେଣା ଲଗାଇ

ଏଇ ଦେଖ ଆସିଛି ଭାଇ ....।

ଆଧୁନିକ ଯୁଗରେ କେତେ

ପିତା ପେଟେ ମାରିଲେ ନାତେ

କରୋନା ପିଟିଲା ଘରେ ନିକ୍ଷେପିଲା

ବାହାରକୁ ଗଲେ ନେବ ଛଡ଼ାଇ

ଏଇ ଦେଖ ଆସୁଛି ଭାଇ ...।

ଯଉବନେ ଉନ୍ମତ୍ତ କାଣ୍ଡ

ବୁଲୁ ଥିଲେ ସାରା ବ୍ରହ୍ମାଣ୍ଡ

ଅସହ୍ୟ ହୋଇଲା କରୋନାର ମନେ

ଗୃହେବନ୍ଦୀ କଲା ତୁଣ୍ଡି ବନ୍ଧାଇ

ଏଇ ଦେଖ ଆସୁଛି ଭାଇ ....।

ଅବସର ପାଇଲେ ଯିଏ

ସମୟକୁ ନେବ କି କିଏ

ଖଟି ବେଳ ଦେଖି ଆଖିକୁ ତରାଟି

କରୋନା ଦେଖାଏ ମରଣ ଭୂଇଁ

ଏଇ ଦେଖ ଆସୁଛି ଭାଇ .....।

ପ୍ରେମ ଜର ଚିଠିରେ ପଢି

କରୋନା ଯେ ଆସିଲା ଉଡ଼ି

ଡାକଘର ଠାରୁ ପାର୍କ ଅନ୍ଧାର

ପୂର୍ଣ୍ଣଛେଦ ଆଣି ଦେଲା ପକାଇ

ଏଇ ଦେଖ ଆସୁଛି ଭାଇ .....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy