STORYMIRROR

Rabindra kumar Sahoo

Abstract Comedy

4  

Rabindra kumar Sahoo

Abstract Comedy

ହସ ଲାଗେ

ହସ ଲାଗେ

1 min
242

ହସ ଲାଗେ

ଏ ବ୍ୟବସ୍ଥା

ଏ ଦେଶର ଅବସ୍ଥା,

ଏ ରାଜନୈତିକ ଅବସ୍ଥା,

ଏ ନେତାଙ୍କର ମାନସିକତା,

ଏ ନୀତି ଆଦର୍ଶର କଥା

ସବୁକୁ ଦେଖି ହସ ଲାଗେ ।

ଆଇନ୍ କାନୁନ୍ ର ଅବସ୍ଥା

ଦୁର୍ନୀତି, ଭ୍ରଷ୍ଟାଚାରର

ବର୍ଦ୍ଧିତ ଅବସ୍ଥା

ବେକାରୀ ସମସ୍ୟା, ଦାରିଦ୍ର୍ୟତା,

ଶୋଷଣ, ଲୁଣ୍ଠନର କଥା

ଦେଖିଲେ ଭାବିଲେ ହସ ଲାଗେ ।

ଆମ ଦେଶର ସ୍ଵାଧୀନତା

ଆମ ନେତୃତ୍ବର ଅପାରଗତା

ଆମ ବିଧି ବିଧାନ

ସାମ୍ବିଧାନିକ ନୀତି ନୀୟମର

ଉଲଙ୍ଘନକାରୀଙ୍କର ମାନସିକତା। 

ସ୍ଵାସ୍ଥ୍ୟ, ଶିକ୍ଷା, ଅର୍ଥ, ପରିବହନ

ଗମନାଗମନ, ଶିଳ୍ପ ଓ

ନିଯୁକ୍ତିର ଦୁରାବସ୍ଥା

ଭାବିଲେ, ଚିନ୍ତିଲେ

ଏ ସବୁକୁ ଦେଖିଲେ,

ଅନୁଭବ କଲେ

ଦୁଃଖ ଲାଗେ, ହସ ବି ଲାଗେ ।

କି ପାଇଁ ଚିନ୍ତିଲେ 

ଏ ଦେଶ କଥା

କାହିଁକି ଭାବିଲେ

ସେ ସମ୍ବିଧାନ ପ୍ରଣେତା

ଏ ଦେଶର ସ୍ଵାଧୀନତା କଥା

ଜନପ୍ରତିନିଧି ଓ

ଜନତାଙ୍କ ମଧ୍ୟେ

ରଖିବାକୁ କ'ଣ 

ଏତେ ଦୂରତା

ଭାବିଲେ, ଚିନ୍ତିଲେ

ଏସବୁ କଥା

ହସ ଲାଗେ ହସ ଲାଗେ।

ଦୁର୍ନୀତି, ଦୁରାଚାରୀ,

ଦୁଷ୍କର୍ମକାରୀଙ୍କ କଥା

ଭାବିଲେ ମନେ ଆସଇ ବ୍ୟଥା

ସତେ କ'ଣ ଆମର

ଏସବୁ ଅଟେ ମହାନୁଭବତା

ଧନ୍ୟ ଧନ୍ୟ ହେ ଶାସକ

ବିଧିବିଧାନର ପ୍ରଣେତା

ଧନ୍ୟ ଧନ୍ୟ ହେ ନେତୃବୃନ୍ଦ

ଧନ୍ୟ ହେ ନେତା

ହେ ଭାଗ୍ୟ ବିଧାତା

ତୁମ ମାନଙ୍କ କଥା

ଭାବିଲେ, ଚିନ୍ତିଲେ

ହସ ହସ ଲାଗେ। 

ନାରୀ ନିର୍ଯ୍ୟାତନା, 

ବଧୂ ନିର୍ଯ୍ୟାତନା

ବଢେ ଦିନୁଁ ଦିନ ସିନା

ପରିବେଶ ପ୍ରଦୂଷଣକାରୀଗଣ

ଏ ବିଶ୍ଵକୁ କରନ୍ତି ହୀନିମାନ

ଧନ୍ୟ ଧନ୍ୟ ତାଙ୍କ 

ବୁଦ୍ଧି, ବିବେକ, ଜ୍ଞାନ

ଏସବୁକୁ ଦେଖିଲେ

ହସ ଲାଗେ ହସ ଲାଗେ ।



Rate this content
Log in

Similar oriya poem from Abstract