STORYMIRROR

Chinmaya Kumar Nayak

Comedy Inspirational

4  

Chinmaya Kumar Nayak

Comedy Inspirational

ହୁଅନ୍ତି ମୁଁ ଯଦି ସୁପରମ୍ୟାନ

ହୁଅନ୍ତି ମୁଁ ଯଦି ସୁପରମ୍ୟାନ

1 min
188

ହୁଅନ୍ତି ମୁଁ ଯଦି ସୁପରମ୍ୟାନଟିଏ

ଶକ୍ତିଶାଳୀ ମହାବଳୀ,

ଖୋଜନ୍ତି ପ୍ରଥମେ କରୋନାର ମୂଳ

କେଉଁଠୁ ଆସିଛି ଚଳି। 


ମୁଖେ ବନ୍ଧା ତୁଣ୍ଡି ଶ୍ୱାସ ହୁଏ ରୁନ୍ଧି

ଜୀବନଟା ହୀନିମାନ,

କାଢା ପିଇପିଇ ସିଝିଲାଣି ଗଳା

ହାତ ଧୋଇ ଯାଏ ପ୍ରାଣ। 


ପିଲା ଭୁଲିଲେଣି ସ୍କୁଲର ଠିକଣା

ମୋବାଇଲ ଚାହିଁ ଚାହିଁ,

ବରାଦ ଆସୁଛି ଭିନ୍ନ ଭିନ୍ନ ମେନୁ

ଘରଣୀ ଆଖିରେ ପାଣି। 


ବାନ୍ଧି ରଖିଛି ସେ ବରଷେ ହେଲାଣି

ଜନଶୂନ୍ୟ ରାସ୍ତାଘାଟ,

ଘରେ ବସି ବସି ମୋଟା ହେଲେ ସର୍ବେ

ବାହାରି ପଡିଛି ପେଟ। 


ଛିଙ୍କିଦେଲେ କେହି ବୋମା ପରି ଲାଗେ

ସର୍ବେ ଯାନ୍ତି ଦୂର ହୋଇ,

ପୋଲିସ ଖୋଜୁଛି ଅମାନିଆ ବକରା

ଫାଇନ କାଟିବା ପାଇଁ। 


ଛିଞ୍ଚି ଦେଇଯାନ୍ତି ସାନିଟାଇଜର

ପୃଥିବୀ ଗୋଟାକ ଯାକ,

ଏକା ଥରକରେ ମରିଯାନ୍ତା ସେଇ

ଭୂତାଣୁର ଵଂଶଯାକ।


ଅମ୍ଳଜାନର ପ୍ରଖର ବନ୍ୟା 

ବାହିଦ୍ୟନ୍ତି ଚଉଦିଗେ,

ସୁସ୍ଥ କରନ୍ତି ଯେତେ ରୋଗୀ ଛନ୍ତି

ସବୁ ଶକ୍ତି ମୋ ପ୍ରୟୋଗେ।


ଭରିଦେଇ ଯାନ୍ତି ବିଶ୍ୱବାସୀ କାନେ

ପ୍ରକୃତି ସୁରକ୍ଷା ପାଇଁ,

ଶିଖାଇ ଦିଅନ୍ତି ନବ ପରିଭାଷା

ଦିବ୍ୟ ଜୀବନଟେ ପାଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy