STORYMIRROR

Nrusingha Narayan Tripathy

Comedy Inspirational Others

3  

Nrusingha Narayan Tripathy

Comedy Inspirational Others

ଶାଳୀ ପ୍ରେମ

ଶାଳୀ ପ୍ରେମ

1 min
177


ଶାଳୀଟି ମୋହର ଅତୀବ ନିଜର

ଚାନ୍ଦ ସିଏ ପୂର୍ଣ୍ଣିମାର 

ପଡିଲେ ନଜର ଆନନ୍ଦ ତାହାର

ପୀରତିରେ ଭରପୁର l


ପାଖେ ପାଖେ ସିଏ ରହୁଅଛି ଏବେ

କଣେଇ କଣେଇ ଦେଖେ

କାମ ଧନ୍ଦା କରେ ନିଆରା ଢଙ୍ଗରେ

ଭଉଣୀ ଠାରୁସେ ଶିଖେ l


ଭଗ୍ନୀଟି ତାହାରି ଆଲୁରୀ ବାଲୁରୀ

ଶିଖାଇବା କାମ ମୋର

ହାତ ବାଜିଗଲେ ଶୀତେଇଯେ ଯାଏ

ଲାଜେ ହୁଏ ସର ସର l


ହସିଦେଲେ ସିଏ ବିଜୁଳି ଚମକେ

ମନ ହୁଏ ଛନ ଛନ

ଯାହା ସେ କୁହଇ ତାହା ମୁଁ କରଇ

ଦେଇ କରି ମନ ପ୍ରାଣ l


ସୁନା ଡ୍ରେସ ଧନ ଦେଇକି ଚାଖଣ

ହୋଟେଲ ପାରକ ନେଲି

ଦେଇ ଦେଇ ମୁଇଁ ସେବା କରି କରି

ଘାଇଲା ମୁହିଁ ଯେ ହେଲି l


ଚାହିଁ ଚାହିଁ ମୁଇଁ ଜଳକା ହେଲାଣି

ପରଶ ପାଇଲି ନାହିଁ

ଏତେ ସେ ଚତୁରୀ ଦେବାକୁ ପୀରତି

ଦେବ ଦେବ ଦେଲା ନାହିଁ l


ଫାଇନାଲ ତାକୁ ଦେଇ ପ୍ରସ୍ତାବକୁ

ଚାପି ଧରି ଆବେଗକୁ 

ମଉନେ କହିଲା ରାଜି ନ ହୋଇଲା

ଭଲପାଏ ମଦନାକୁ l


ମଦନା ପାଇଁକି ଏଠାରେ ରହିଛି

ତା ପାଇଁ ଜୀବନ ଦେବି

ଶୁଣି ଶାଳୀ କଥା ଘୂରେ ମୋର ମଥା

ଘାଣ୍ଟି ହୁଏ ଭାବି ଭାବି l


ହେଲି ସର୍ବସାନ୍ତ ସବୁ ବରବାଦ

ଅଶାନ୍ତିରେ ପରିବାର

ବେଲ ପାଚିଥିଲେ ବେଲର ଗଛରେ

କାଉ ର କି କରିବାର l


ଭାବି ଚିନ୍ତି କର ପ୍ରେମ କାରବାର

ଆଘାତ ନ ଆସୁ ମନେ

ପତ୍ନୀ ପ୍ରେମେ ମନ ଥିଲେ ସନମାନ

ପ୍ରଗତି ଯେ ପ୍ରତିକ୍ଷଣେ l



Rate this content
Log in

Similar oriya poem from Comedy