STORYMIRROR

SUVENDU SINGH

Comedy

3  

SUVENDU SINGH

Comedy

ମର୍ଡନ ଝିଅ

ମର୍ଡନ ଝିଅ

1 min
213


ଓଡ଼ିଆ ହୋଇକି ଓଡ଼ିଆ କହିଲେ ଟେକୁ ଅଛୁ ଆମେ ନାକ l

ପଖାଳ ଛାଡିକି ପିଜା ଖାଇଦେଲେ ମରିଯାଏ ଆମ ଭୋକ l

ଖୁଦୁରୁକୁଣୀକୁ ଭୁଲିତ ଗଲୁଣି ଭାଲେଣ୍ଟାଇନ ଗୀତ ଗାଇ l

ଇନଷ୍ଟା , ଫେସବୁକ ରିଲରେ ଖାଲି ନାଚୁଅଛୁ ଥେଇ ଥେଇ l

ଭୁଲିଗଲ ସବୁ ଓଡ଼ିଆ ସଂସ୍କୃତି ଆସିଲା ଇଂରାଜୀ ଯୁଗ l

ନମସ୍କାର ଭୁଲି ହ୍ୟାଲୋ ହାଏ କରୁ, ଧରିଛିକି ଡିଆଁ ରୋଗ l

ମନ୍ଦିର ଠୁ ବେଶୀ ପାର୍କରେ ବସି ହେଉଅଛୁ ଆମେ ଖୁସି l

ମନ୍ଦିର ନାଁ ରେ ଲଭର୍ ପାଖକୁ ଯାଉଛ ତ ହସି ହସି l

ଲାଜ ମାଡୁନାହିଁ କହୁଛ ଯେ ଆମେ ଅଛୁ ଯେ ଭାରି ବଢିଆ l

ଶାଢ଼ୀ ଛାଡ଼ିଦେଇ ଜିନସ୍ ପିନ୍ଧିକି କହୁଛ ଯେ ଆମେ ଓଡ଼ିଆ l


       


Rate this content
Log in

Similar oriya poem from Comedy