STORYMIRROR

SUVENDU SINGH

Classics

3  

SUVENDU SINGH

Classics

ମଜାରେ ମଜାରେ

ମଜାରେ ମଜାରେ

1 min
410

ତିନିବର୍ଷ ଧରି ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ସାଙ୍ଗ ହେଇ।

ଆମେ ମୁର୍ଖସବୁ ପଛ ଧାଡିରେ ତମେ ପାଠୁଆ ଗୁଡାକ ଆଗ ଧାଡିରେ ବସୁଥିଲ ସାଙ୍ଗ ହେଇ।


ମୂର୍ଖ ସାଙ୍ଗ ଏବେ ଏକାଠି ଅଛନ୍ତି ପାଠୁଆଙ୍କ ଦେଖା ନାହିଁ।

ପାଠୁଆ ଗୁଡାକ କୁଆଡେ ଗଲେଣି ତାଙ୍କ ଖବର ଯେ ମିଳୁ ନାହିଁ।


ପଢ଼ା ସମୟରେ ପାଠ ନ"ପଢି ଏବିସିଡି ଯେ ଖେଳୁଥିଲୁ।

ଏହି ଏବିସିଡି ଖେଳ ଆମକୁ ମଣିଷ କରିବ କେବେ ଯେ ଭାବିନଥିଲୁ।


କାହାଣୀ ପଛରେ ଅନେକ ରହସ୍ୟ ଲୁଚିକି ଯେ ରହି ଅଛି

ବୁଝିଲେ ଅର୍ଥ ନ ବୁଝିଲେ ଅନର୍ଥ ଏକଥାବି କହୁ ଅଛି।


ଭଲ ପାଠ ପଢି ଚାକିରୀ ଆଶାରେ ଯେଉଁମାନେ ଧାଉଁଥିଲେ

ମୂର୍ଖ ମାନେ ସବୁ ଆଗକୁ ମାଡିଲେ ପାଠୁଆ ଯେ ରହିଗଲେ।


ପାଠପଢା ପରେ କିଛି ସାଙ୍ଗ ସହ ଅନ୍ତରଙ୍ଗ ସମୟ ଯେ ବିତାଇଲି

ଦେହକୁ ନେବନି ମଜାରେ ମଜାରେ ଲେଖୁ ଲେଖୁ ଲେଖୀଦେଲି।


ଝିଅ ମାନେ ସବୁ ବାହା ହେଇଗଲେ ପୁଅ ମାନେ ବାକି ଅଛନ୍ତି

ସ୍କୁଲ ବେଳରେ ପ୍ରେମିକା ନକରି ବାହା ହେବା ପାଇଁ ଏବେ ଝିଅଙ୍କୁ ଯେ ଖୋଜି ବୁଲନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics