STORYMIRROR

SUVENDU SINGH

Classics

3  

SUVENDU SINGH

Classics

ସ୍ମୁତି ଏକ ଅଭୁଲା ସମୟର ଅନୁଭୂତି

ସ୍ମୁତି ଏକ ଅଭୁଲା ସମୟର ଅନୁଭୂତି

1 min
375


ମନେ ପଡିଗଲେ ଦୁଃଖ ଲାଗେ ଭାରି ସେଦିନର ସେହି କଥା।

ପିଲା ଦିନ ବେଳେ ସାଙ୍ଗସାଥି ମେଳେ କଣ୍ଟେଇ କୋଳିର ମଜା।


ହାପ ପ୍ୟାଣ୍ଟ ପିନ୍ଧି ଜଙ୍ଗଲୀ ବଣରେ ଖୋଜି ବୁଲୁଥିଲୁ କୋଳି।

କୋଳି ନେବା ପାଇଁ ସାଙ୍ଗ ସାଥିମେଳେ କରୁଥିଲୁ କେତେ କଳି।


ମନେ ପଡିଗଲେ ଆଜିର ଦିନରେ ଲାଗେ ମତେ ଭାରି ଖୁସି।

ପିଲା ଦିନର ସେହି ଅଭୁଲା ସମୟ ଫେରନ୍ତା କି ପୁଣି ଆସି।


ବଜାର ସ୍କୁଲ୍ ରେ ତିନି ବର୍ଷ ଧରି ପାଠ ପଢ଼ିଥିଲି ମୁହିଁ।

ଖେଳକୁଦରେ ସମୟ କାଟିଲି ,ମୂର୍ଖ ହେଇଗଲି କେବଳ ତୁମଭଳି ସାଙ୍ଗ ପାଇଁ।


 କବି ନୁହେଁ ମୁହିଁ କବିତା ଲେଖୁଛି ପିଲାଦିନ କଥା ଭାବି।

ସେଦିନର କଥା ଲେଖିଲା ବେଳକୁ ବେଳକୁ କହୁଅଛ ମତେ କବି।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics