ସତ୍ଯ ମେବ ଜୟତେ
ସତ୍ଯ ମେବ ଜୟତେ
ସତ୍ୟର ପଥ କେବେ ବି ନୁହଁଇ ସହଜ
ଚାଲିବାରେ ଥାଏ ସଦା ଅସଂଖ୍ୟ ଆଘାତ
ହେବା ପାଇଁ ପଡେ ଦୁନିଆରେ ଉପହସିତ
ତଥାପି ଏ ମାର୍ଗ ନିର୍ବିବାଦୀୟ ଉଚିତ ସଠିକ ।
ସତ୍ୟ ସର୍ବଦା ସତ୍ୟ ହିଁ ସତ୍ୟ
ଘାତ ପ୍ରତିଘାତ ସହି ବି ଅକାଟ୍ଯ
ମଣିଷ ହୋଇପାରେ ଏଥିରୁ ବିଚ୍ଯୁତ
ମାତ୍ର ସତ୍ଯ ହିଁ ସଂସାରରେ ଶାଶ୍ଵତ ।
କେହି ବି କାହିଁକି ଆଜି ଚାହେଁନି
ତିଳେ ହେବା ପାଇଁ ସାମ୍ନା ସାମ୍ନି
ଆଖିରେ ମିଳାଇ ଆଖି ସତ୍ୟ ସହିତ
କଟୁ ତିକ୍ତ ବାସ୍ତବ ବା କାହାର ପସନ୍ଦ ।
ମିଥ୍ଯା ଯେ' କପୋଳକଳ୍ପିତ ମଧୁର
ସୁଖପ୍ରଦ ରୋଚକ ମନୋମୁଗ୍ଧକର
ଯଦିଚ ଆତ୍ମ ପ୍ରବଞ୍ଚନା ପୂର୍ଣ୍ଣ ପ୍ରହସନ
କିଏ ବା ପାରିବ ଏଡି ତାର ପ୍ରଲୋଭନ ।
ମିଥ୍ୟାର ହଳାହଳ ଗରଳ ଜ୍ୱାଳାରେ
ସବୁ କାଳେ ଦିଏ ସତ୍ୟ ଅଗ୍ନୀ ପରୀକ୍ଷା
ସମୟର କଷଟି ପଥରେ ବାରମ୍ବାର
ପ୍ରତିବାର ଉକୁଟି ଉଠେ ତା ଶୁଦ୍ଧତା ।
