ଶବ୍ଦ
ଶବ୍ଦ
ନୁହେଁ ମୁଁ କେଉଁ ଭୂଖଣ୍ଡ ସାମ୍ରାଜ୍ଞୀ
ନୁହେଁ କେଉଁ ଆକାଶର ପରୀ
ଶବ୍ଦ ସ୍ରୋତସ୍ଵିନୀ ସାଗର ଗର୍ଭେ
ମୁଁ ବଣିକ ମୋର ଆଶା ଅସୁମାରୀ।।
ଶବଦ ଭୁବନେ ଅଟେ ରାଇଜ ମୋର
ବିରହ ବିଦଗ୍ଧ ପୁଣି ପ୍ରେମର ସାତସୁର
ସେ ଭୁବନ ବକ୍ଷନଗରେ ଗଢିଛି ବସତି ମୋହର
ଶବ୍ଦ ନଈର ପ୍ରଖର ଶବ୍ଦ ସୁଅରେ ଭାସନ୍ତା ଏ ମନ ମୋର।।
ତରୁ ଲତା ବୃକ୍ଷ ଡାଳ ଫଳ
କୁଳୁକୁଳୁ ବହେ ନାନାଦି ଝରଣା ଜଳ
କଳ୍ପନା ରାଇଜେ କେତେ ଚିତ୍ର ଭାସମାନ
ପ୍ରକାଶେ ତାକୁ ମୋ ଲେଖନୀର ବନ୍ଧୁର ମୁନ।।
ଶବଦ ନଭେ ମୁଁ ଅଶାନ୍ତ ବାଦଲ
ବାକ୍ୟକୋଷ ସର୍ବ ନେତ୍ରେ ଝଲମଲ।।
ଏ ମନ ପ୍ରଦେଶେ ଶବଦ ଭାସମାନ
ଉତ୍ତାରି ଦିଏ ଯେ ଲେଖନୀ ଆସନ।।
ଲେଖନୀ କାଙ୍ଗାଳୀ ମୁଁ ଶବଦ ମୋ ବିନ୍ଦୁରୁ ସିନ୍ଧୁ
ମୋ ଆଗାରେ ଭାସମାନ ଶବଦ ଅଳନ୍ଧୁ।।
ନୁହେଁ ମୁଁ ସାଗର ମତ୍ସକନ୍ୟା
ନୁହେଁ ନଈରେ ଅଦିନିଆ ବର୍ଷା
କଳ୍ପନା ଭାବନା ଚେତନା ରାଇଜେ
ମୁଁ ନନ୍ଦିନୀ ଶବଦ କନ୍ୟା।।
ଅଭଙ୍ଗେ ଶବଦ ସଭଙ୍ଗେ ଶବଦ
ଶବଦ ସର ହୃଦେ ମୋ ବିଦ୍ଧ
ନଖୁ ଚୁଳେ ଯାଏ ମୁଁ ଶବଦେ ଆବଦ୍ଧ
ସଦା ଶବଦ ରାଇଜେ ବିଦ୍ୟ ମୋ ପାଦ।।
ହେ ବିଧାତା ଗୁହାରି ମୋ ସାନ୍ଧ୍ୟ କାଳେ
ନିଃସ୍ୱଗାମୀ ହୁଏ ମୁଁ ଶବଦ ହିଲ୍ଲୋଳେ।।
ଶବଦ ସାଗରେ ବନ୍ଧା ପଡ଼ିଥିବା ନିଛକ କବି ମୁଁ
ଶବଦ ମୋ ମନେ ସଦା ହୁ ହୁ।।