STORYMIRROR

SUVENDU SINGH

Classics

3  

SUVENDU SINGH

Classics

ଚାଷୀଙ୍କ ଦୁଃଖ....

ଚାଷୀଙ୍କ ଦୁଃଖ....

1 min
353


ବଳକୁ ଯୁଟେଇ

'ଜୱାଦ' ବାତିଆ

ମୁହଁକୁ ତାହାର କାଢି ।

ସମୁଦ୍ର ଭିତରୁ

ଗରଜନ କରି

ଆସୁଥିଲା ସିଏ ମାଡି ।

ଶୁଣି, ଶୁଖୁଥିଲା ନାଡ଼ି ।

ଭାବୁଥିଲେ ସବୁ

ଛାରଖାର କରି

ପକାଇବ ସିଏ ତାଡି ।


ହେଲେ ସ୍ଥଳ ଭାଗ

ଛୁଇଁବା ଆଗରୁ

ଦୁର୍ବଳ ହୋଇଲା ସିଏ ।

ଖୁସି ଆନନ୍ଦରେ

ଗଦଗଦ ସବୁ

ଏକଥା ଶୁଣୁଛି ଯିଏ ।

କେଡେ ଖୁସି କଥାଟିଏ ।

ଲୋତକ ଝରାଇ

କାଳିଆ ପାଖରେ

ମୁଣ୍ଡିଆ ମାରୁଛି କିଏ ।


କୋଟି କୋଟି ଲୋକ

ଦୁଃଖ ବେଦନାକୁ

କାଳିଆ ଦିହକୁ ନେଲା ।

ତାଆରି ଦୟାରୁ

ଭୟଙ୍କର ବାତ୍ୟା

ସମୁଦ୍ରେ ଦୁର୍ବଳ ହେଲା ।

ସଭିଙ୍କୁ ଆନନ୍ଦ ଦେଲା ।

ଜୟ ଜଗନ୍ନାଥ

କହୁଛନ୍ତି ସବୁ

ପାଟିକୁ କରିକି ମେଲା ।


ବାତ୍ୟା ସିନା ଯିବ

ବାତିଆ ବାଟରେ

ଖୁସି ହେଉଅଛି ମନ ।

ହେଲେ ତା' କୋପରେ

କ୍ଷତି ହେଲା ଯାହା

ଶୁଣିଥାରେ ମୋର ଧନ ।

ବର୍ଷା ହୁଏ ଘନ ଘନ ।

କ୍ଷେତରେ ପାଚିଲା

ଧାନ ଉଜୁଡିଲା

ଜାଣିଥାରେ ଏଇ ସନ ।


Rate this content
Log in

Similar oriya poem from Classics