ନାରୀ, ମଣିଷର ହୃଦୟକୁ ନଚିହ୍ନିଲେ
ନାରୀ, ମଣିଷର ହୃଦୟକୁ ନଚିହ୍ନିଲେ
କ୍ଳାନ୍ତ ଅବସାଦେ ଶୀତକାଳେ ବସି ଭାଳେ
ଦୁନିଆ କଥା ଏ ଆମ୍ବ ତୋଟାରେ
ମାନବ ମାତର, ପୁରୁଷକୈନ୍ଦ୍ରିକ ଚିନ୍ତାଧାରା
ମନରେ ଆସିଲା, ଲେଖୁଛି ବିରକ୍ତି ଭାବରେ
ରୂପେ ଜନନୀ, ସମସ୍ତ ସୃଷ୍ଟିର ଉତ୍ପତ୍ତି,
ହେ ମହାନ୍ ନାରୀ,
ସମାଜେ ତୁମେ ମାତୃ ସ୍ନେହରେ ସବୁଂକ
ପ୍ରାଣ ଦିଅ ଭରି ।
ରୂପେ ଭଗିନୀ, ସ୍ନେହରେ ବାନ୍ଧି ଦିଅ ପରା
ଭାଇର ମନ,
ସେହି ଭାବ, ସ଼ଂପର୍କରେ ବାନ୍ଧି ଦିଅ ସୁନ୍ଦର
ଗୃହ ଉଦ୍ୟାନ ।
ଜାୟା ରୂପେ, ଅର୍ଦ୍ଧାଙ୍ଗିନୀ ସାଜି ପୁରୁଷର
ହୃଦୟ କିଣ,
ବିପତ୍ତି ସମୟେ, ସାହାସ ଦେଇ, ହୁଅ
ସଙ୍କଟମୋଚନ ।
ହେ ନାରୀ, କି ଗୁଣ ଗାଇବି, ତୁମ ସେବା
ରେ ଘର ତ ଖୁସି ଅଛି,
ତେଣୁ, ପୁରୁଷର ସଫଳତା ପଛେ ନାରୀର
ଭୂମିକା କଥା ରହିଛି ।
ଗୃହର କୁସୁମ କାନନେ,ଗୋଲାପ ଉଦ୍ୟାନେ,
ପୁଷ୍ପ ବାଟିକାରେ,
ହେ ନାରୀ, ପାଖୁଡ଼ା ମେଲାଇ ଶୋଭା ଭରି ଦିଅ
ମନୋରମ ସୌରଭରେ ।
କୁହ କିଏ ସେହି କପୋତ, ଉଜାଡି ଦେଲା ପ୍ରକୃତିର
ମନୋରମ ଶୋଭା ପୁଣି,
ମନ୍ତ୍ରଣା କରନ୍ତି ଚିଲ ଶାଗୁଣା ପରି ନାରୀ ଜାତି
ବିରୁଦ୍ଧେ ସବୁ ଜାଣି ଜାଣି ? ।
ହେ ନାରୀ, ପାଳନ କର୍ତ୍ତ୍ରୀରୂପ, ତ୍ୟାଗ କରି
ହେଉ ସଂହାରଣେ ନାରାୟଣୀ,
କିଆଁ କୁହ, ସେହି ସର୍ବସଂହା ଦେବୀ, ଦୁଷ୍ଟ
ନିବାରଣେ ଉଗ୍ର ରୁପ ନିଅ ପୁଣି ।
ପିତୃସତ୍ୟ ପାଳି କୁଡିଆ ପତର ଘରେ, ସୀତା
ସହିତ ରାମ ରହୁଥିଲା,
କଳିଯୁଗ ତ ନଥିଲା, କାହିଁକି ରାବଣ ସୀତାକୁ
ଚୋରି କରି ନେଇଗଲା ।
ବୃନ୍ତଚ୍ୟୁତ ହୋଇ ଝଡି ପଡୁଥିଲେ କ୍ରୋଧାଗ୍ନି
ତ ଜଳେ, କାଳର ପ୍ରକୋପରେ
ପୁରୁଷକୈନ୍ଦ୍ରିକ ଚିନ୍ତାଧାରା ସୃଷ୍ଟି କରିଲା ଦ୍ରୌପଦୀ, ତାରା,
ମନ୍ଦୋଦରୀ, କୁନ୍ତୀ ଓ ପାଞ୍ଚାଳୀ କେତେରେ ।
କାରଣ କଅଣ, କ୍ରୋଧର ବହ୍ନିକୁ ଜଳାଇ, ସୃଷ୍ଟି
ହେଲା ରାମାୟଣ ଓ ମହାଭାରତର
ମାନବିକ ଅଧିକାରର ହତ୍ୟା, ସତ୍ଯ ତ୍ରେତୟା
ଦ୍ଵାପର ଓ କଳି ଚାରି ଯୁଗର ।
ଆଜିର ଜୀବନ କାଲିକି ନଥିବ ପାଣି ଫୋଟକା
ସଦ୍ରୃଶ, ସରବେ ଦି ଦିନର କୁଣିଆ
ଥିଲେ ଥାଉ ଧନ, ମଣିଷର ହୃଦୟକୁ ନଚିହ୍ନିଲେ
ଅନିଶ୍ଚିତ ଅନ୍ଧକାରେ ରହେ ଏ ଦୁନିଆଁ ।