ଭ୍ରାନ୍ତ ନୀତିକୁ ମାର୍ଜିତ ନକରି
ଭ୍ରାନ୍ତ ନୀତିକୁ ମାର୍ଜିତ ନକରି
ଜୀବନରେ ପ୍ରତି ସ୍ତରରେ ମଣିଷକୁ ଦେବାକୁ
ହୋଇଥାଏ ପରୀକ୍ଷା,
ପାସ ଫେଲ, ହସ ଖୁସିରେ କଟେ, ସଂସାର
ଛାଡିବାକୁ କରିନେକି ସମୟର ପ୍ରତୀକ୍ଷା ?
ଜ୍ଞାନଶାସ୍ତ୍ର ପାଠକରି, ସାରତତ୍ତ୍ୱକୁ ପାଳିଲେ,
କର୍ମବୀର ପାସ ହୁଏ ପରୀକ୍ଷାରେ
ଧର୍ମକୁ ଆଖିଠାର ମାରି, ସଭିଁକୁ ଠକି କିଏ
ହୋଇଛିକି ଅବତୀର୍ଣ୍ଣ ପରୀକ୍ଷାରେ ?
ଖଳ ଲୋକ ସାଥେ ମିଶି ହରାଇଲେ ନିଜର
ଗାରିମା, ବିବେକ ଓ ଜ୍ଞାନ
ମହାଭାରତର ଚିରଞ୍ଜିବୀ ଅଶ୍ବସ୍ଥମା ଭଳି
ଦୁର୍ଭାଗ୍ୟପୂର୍ଣ ହୁଏନିକି ଜୀବନ ?
ବାହୁବଳେ ଅବା ମିଛର ପାହାଡେ, ରାଜା ବସି
ସିଂହାସନେ, ଅନ୍ୟାୟ କରିବ ଯଦି
କୁହ ତୁମେ ସବୁ ମୋର ଭଉଣୀ ଭାଇ ବେସରମ
ଲୋକର କିଏ ହେବ ପ୍ରତିବାଦୀ ?
ଚାଟୁକାର ଯିଏ, ଅଭ୍ୟାସ ତାହାର, ଉପର ମନରେ
ପ୍ରଶସ୍ତି କରନ୍ତି ଓ କରିବେ ଗାନ
କେଉଁ ମଣିଷକି ତାର ହୃଦୟ ଭିତରୁ ସତରେ ଦେବ
ତାକୁ ଉପଯୁକ୍ତ ସମ୍ମାନ ?
ହରଷେ ଶୁଦ୍ଧ ଚିତ୍ତେ ଭାବ, ଲୋକ ଦୌଡ଼ି ଦୌଡ଼ି
ଗୋଡ଼ରୁ ଚପଲ ଛିଣ୍ଡେ ତଳୁ ଉପର ଧାଇଁ ଧାଇଁ
ଏ କି ଲୋକତନ୍ତ୍ର, ଯେଉଁଠି ଆମେ ପ୍ରଶାସକଂକୁ ସାର
ସାର୍, ବାବୁ ବାବୁ ଡାକୁ ଥାଇ ?
ଏ ସାାଜିକ ବ୍ୟବସ୍ଥାରେ, ଦୁଃସ୍ଥ ଅସହାୟ ଭୋକିଲା
ପେଟକୁ କାହାର ତ ନାହିଁ ନଜର
ଏକି ସମାଜବାଦ, ନପାଇବା ଲୋକ ନେଉଛି ସୁବିଧା
କି ଭୋଅଟ ରାଜନୀତି ଆମର ?
ସ୍ଵାଧୀନତା ପାଇଛେ ଆମେ, ନାରୀ ସୁରକ୍ଷା ନାରା,
ବେଟୀ ବଚାଓ ତ ଡାକ ଦିଏ
ଶାସନ କ୍ଷମତାରେ ଥାଇ, ଶିଶୁ କନ୍ୟାର ଧର୍ଷଣ,
ନାରୀ ସମ୍ମାନ ମୂଲ୍ୟବୋଧ କି ଇଏ ?
କଳ୍ପନା ନଗ୍ନରୂପୀ ଆଚ୍ଛାଦିତା ନାରୀ ମୂର୍ତ୍ତି ପବିତ୍ର
ମନ୍ଦିର ଭିତରେ ଶୋଭା ପାଏ
ଏ କଅଣ ସତରେ ଆଧୁନିକ ରୀତି, ବିକୃତ ପ୍ରକୃତି,
କୁହ ପାଶ୍ଚାତ୍ୟ ଅନୁକରଣଟିଏ ?
ଏଠି ମରିବା ଲୋକର ନାଁ ବି. ପି.ଏଲରେ ଗଡୁଛି,
ତାହାର ଭୂତ ମଧ୍ୟ ଭତ୍ତା ନେଉଛି
କୁହ କିଏ ଭାଇ ଏହିପରି ଦୁର୍ନୀତି କେଉଁ ପାଶ୍ଚାତ୍ୟ
ଦେଶରେ ଦେଖା ଯାଉଛି ?
ଯଦି ଜଣେ ମୁକ୍ତ ହେବ ପାପରୁ ମନ୍ଦିର ପ୍ରବେଶେ
ଅବା ଗାଧେଇଲେ ଗଂଗାରେ
ସଦାଚାର ଶାଳୀନତା ଭକ୍ତିଭାବ କିଭଳି ଦେଖାଦେବ
ଏବଂ କଳଙ୍କିତ ଆଚରଣ ଦୂର ହୋଇବରେ ?
କରି ଚର୍ଚ୍ଚା ଆମ ସଂସ୍କୃତି ମହାନ୍, ଆମେ ତ କରିବା
ଗରବ ଆମ ସଂସ୍କୃତି, ଏ କିଛି ନୁଆ ନୁହେଁରେ
ଅହଂକାରେ ବଶବର୍ତ୍ତୀ ହୋଇ ସମାଜର ଭ୍ରାନ୍ତ ନୀତି ନିୟମକୁ
ମାର୍ଜିତ ନକରି କେଉଁ ସମାଜ ସଭ୍ୟ ହୋଇଛିରେ ?