STORYMIRROR

Jemanta Sahu

Abstract Classics Inspirational

3  

Jemanta Sahu

Abstract Classics Inspirational

ବନ୍ଧୁ ହେବ ତୋ ଏମିତି

ବନ୍ଧୁ ହେବ ତୋ ଏମିତି

1 min
141

ବନ୍ଧୁହେବ ତ ଏମିତି ହେବ

ଛାଇପରି ସଦା ସାଥେ ରହିବ,

ଦୁଃଖରେ ହେଉ ବା ସୁଖରେ ହେଉ

ହାତଛାଡ଼ି କେବେ ଚାଲି ନ ଯିବ।


ବନ୍ଧୁ ହେବ ତ ଏମିତି ହେବ

ଆଇନା ପରି ସ୍ଵଭାବ ଥିବ

ମିଛ,ଛଳନା କିଛି ନ କରି

ସଦା ସର୍ବଦା ସତ କହିବ।


ବନ୍ଧୁ ହେବ ତ ଏମିତି ହେବ

ନିରାଶ ଥିଲେ ହସେଇ ଦେବ,

ତା ସାଥେ ରହିଲେ

ଦୁଃଖ ଅନୁଭୂତି କେବେ ନ ହେବ।


ବନ୍ଧୁ ହେବ ତୋ ଏମିତି ହେବ

ବିନା ସ୍ୱାର୍ଥରେ ଭଳପାଇବ,

ଯେତିକି ଦୂରେ ରହିଥିଲେ ମଧ୍ୟ

ସଦା ସର୍ବଦା ହୃଦୟେ ଥିବ।


ବନ୍ଧୁ ହେବ ତ ଏମିତି ହେବ

ଅବାଟରେ ଗଲେ ବାଟେ ରଖିବ,

ଖରାପ ଗୁଣ କୁ ଫିଙ୍ଗି ଦେଇକି

ଭଲଗୁଣ ସବୁ ପ୍ରକାଶି ଦେବ ।


ଏପରି ଗୁଣ ଯାହାର ଥିବ

ପ୍ରକୃତ ବନ୍ଧୁ ତାକୁ କହିବ,

ଭାଗ୍ୟରେ ଥିଲେ ସିଏ ମିଳିବ

ବନ୍ଧୁ ହେବ ତ ଏମିତି ହେବ।



Rate this content
Log in

Similar oriya poem from Abstract