STORYMIRROR

Jemanta Sahu

Romance

4  

Jemanta Sahu

Romance

ମୋ ସ୍ୱପ୍ନର ପ୍ରିୟା

ମୋ ସ୍ୱପ୍ନର ପ୍ରିୟା

1 min
226

ମୋ ସ୍ଵପ୍ନ ରାଇଜେ ଭସା ବାଦଲ ମୁଁ

ଉଡି ବୁଲୁଥାଏ ଗଗନେ,

ସାଙ୍ଗସାଥୀ ମେଳେ ଯାଉଥିବା ବେଳେ

ପଡ଼ିଗଲା ମୋର ନୟନେ।

କିଏ ସେ ଜାଣିନି କୋଉଠୁ ଆସିଛି

କେଉଁ ରାଇଜର ପରୀ,

ପ୍ରଥମ ଦେଖାରେ ହୃଦୟକୁ ମୋର

କରିନେଲା ସିଏ ଚୋରି ।

ଅବୁଝା ଏ ମନ ବୁଝେ ନାହିଁ ଜମା

କେତେ ବୁଝେଇବି ତାକୁ,

ପ୍ରତିଟି ମୂହୁର୍ତ୍ତେ ଧାଉଁଅଛି ଖାଲି

ତାକୁ ଟିକେ ଦେଖିବାକୁ ।

ଏତିକି ସୁନ୍ଦର କାହିଁକି ହେଲା ସେ

ପାରୁନି ତାକୁ ମୁଁ ଭୁଲି,

ସପନେ, ଭୋଜନେ ଅବା ରାତି ଦିନେ

ଖୋଜୁଛି ମୁଁ ତାକୁ ଖାଲି ।

ଓଠ ତଳେ ତାର କଳାଜାଇ ସତେ

ଦିଶୁଥାଏ କେତେ ବଢିଆ,

ମନ ମୋ ଭାବୁଛି ପାଇଗଲେ ତାକୁ

ଭାଙ୍ଗନ୍ତି ଶହେ ନଡ଼ିଆ ।

ବର୍ତ୍ତାଳାପ ଟିକେ କରିବା ଆଗରୁ

ସପନ ମୋହର ଭାଙ୍ଗିଛି,

ନିଦରୁ ଉଠି ଦେଖେ ଯେବେ ମୁହିଁ

ସେହି ବିଛଣାରେ ପଡ଼ିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance