ମୋ ସ୍ୱପ୍ନର ପ୍ରିୟା
ମୋ ସ୍ୱପ୍ନର ପ୍ରିୟା
ମୋ ସ୍ଵପ୍ନ ରାଇଜେ ଭସା ବାଦଲ ମୁଁ
ଉଡି ବୁଲୁଥାଏ ଗଗନେ,
ସାଙ୍ଗସାଥୀ ମେଳେ ଯାଉଥିବା ବେଳେ
ପଡ଼ିଗଲା ମୋର ନୟନେ।
କିଏ ସେ ଜାଣିନି କୋଉଠୁ ଆସିଛି
କେଉଁ ରାଇଜର ପରୀ,
ପ୍ରଥମ ଦେଖାରେ ହୃଦୟକୁ ମୋର
କରିନେଲା ସିଏ ଚୋରି ।
ଅବୁଝା ଏ ମନ ବୁଝେ ନାହିଁ ଜମା
କେତେ ବୁଝେଇବି ତାକୁ,
ପ୍ରତିଟି ମୂହୁର୍ତ୍ତେ ଧାଉଁଅଛି ଖାଲି
ତାକୁ ଟିକେ ଦେଖିବାକୁ ।
ଏତିକି ସୁନ୍ଦର କାହିଁକି ହେଲା ସେ
ପାରୁନି ତାକୁ ମୁଁ ଭୁଲି,
ସପନେ, ଭୋଜନେ ଅବା ରାତି ଦିନେ
ଖୋଜୁଛି ମୁଁ ତାକୁ ଖାଲି ।
ଓଠ ତଳେ ତାର କଳାଜାଇ ସତେ
ଦିଶୁଥାଏ କେତେ ବଢିଆ,
ମନ ମୋ ଭାବୁଛି ପାଇଗଲେ ତାକୁ
ଭାଙ୍ଗନ୍ତି ଶହେ ନଡ଼ିଆ ।
ବର୍ତ୍ତାଳାପ ଟିକେ କରିବା ଆଗରୁ
ସପନ ମୋହର ଭାଙ୍ଗିଛି,
ନିଦରୁ ଉଠି ଦେଖେ ଯେବେ ମୁହିଁ
ସେହି ବିଛଣାରେ ପଡ଼ିଛି ।

