STORYMIRROR

Jemanta Sahu

Classics Inspirational

4  

Jemanta Sahu

Classics Inspirational

ତ୍ରିରଙ୍ଗା ଆଜି

ତ୍ରିରଙ୍ଗା ଆଜି

1 min
13

ତ୍ରିରଙ୍ଗା ଆଜି ଉଡେ ଫରଫର

ମୁକ୍ତ ଆକାଶ ତଳେ ,

ତ୍ରିରଙ୍ଗା ଆଜି ମନଭରି ନାଚେ 

ଜନ ଗଣ ମନ ତାଳେ।


ତ୍ରିରଙ୍ଗା ଆଜି ଗାଏ ମନଭରି

ଜାତିର ଐତିହ୍ୟ ଗୀତ

ତ୍ରିରଙ୍ଗା କହୁଛି ହଜିଲା ଅତୀତ

ଶୁଣ ହେ ସାରା ଭାରତ ।


ତ୍ରିରଙ୍ଗା ଆଜି ସିଖାଏ ଆମକୁ

ଶାନ୍ତି, ଦୟା, ଭାତୃଭାବ

ସାହସ,ବିରତ୍ଵ ସତ୍ୟର ପ୍ରତୀକ

ତା ଠାରେ ହୋଇଛି ଠାବ ।


ତ୍ରିରଙ୍ଗା ଆଜି ଖିଲିଖିଲି ହସେ

ପାଇଛି ତା ସ୍ୱାଭିମାନ

କନ୍ୟାକୁମାରୀ ଠୁଁ ହିମାଳୟ ଯାଏଁ

ଗାଏ ତା ବିଜୟ ଗାନ।


ତ୍ରିରଙ୍ଗା ପୁଣି ବୁକୁଚିରି କାନ୍ଦେ 

ବୀର ଯବାନଙ୍କ ପାଇଁ 

ବାହୁନି ବାହୁନି ଶୁଣାଏ ସଭିଙ୍କୁ 

ତା ବୀର ଗାଥାକୁ ଗାଇ।


ତ୍ରିରଙ୍ଗା ଆଜି ଆହ୍ବାନ ଦେଉଛି 

ଜାଗ ଅମୃତ ସନ୍ତାନ,

କର୍ତ୍ତବ୍ୟ ପଥେ ଅଗ୍ରସର ହୁଅ 

ଦୃଢ଼ରଖି ନିଜ ମନ ।


                ଯେମନ୍ତ ସାହୁ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics