STORYMIRROR

Jemanta Sahu

Classics Inspirational Children

3  

Jemanta Sahu

Classics Inspirational Children

ଜୟ ମାଁ ବୀଣାପାଣି

ଜୟ ମାଁ ବୀଣାପାଣି

1 min
401

ଜୟ ମାଗୋ ବୀଣାପାଣି

ବିଦ୍ୟାବୁଦ୍ଧି ପ୍ରଦାୟିନୀ,

ତୋର ପାଦପଦ୍ମେ ମାତା

କରୁଛି ଦୟିନୀ।


ତୋର କୃପା ହେଲେ ମାତା

ମୁର୍ଖ ଯେ ପଣ୍ଡିତ ହୁଅଇ,

ତୋ କୃପା ଯୋଗୁଁ ଯେହ୍ନେ

କାଳିଦାସ ଶ୍ରେଷ୍ଠ ପଣ୍ଡିତ ବୋଲାଇ।


ତୁହି ମାଗୋ ଦୟାମୟୀ

ତୋର କରୁଣା ଅପାର,

ତୋ ଦୟାରୁ ରଚିଲା ରାମାୟଣ

ଦସ୍ୟୁ ରତ୍ନାକର ।


ଶୁଭ୍ରବସ୍ତ୍ରେ ଉଭା ତୁହି

ମରାଳ ବାହିନୀ,

କରିବୁ ଆଶିଷ ମାଗୋ

ଯୋଡେ କରବେନି ।


ମୁଁ ମୁର୍ଖ ତୋତେ ଆଜ

କରୁଛି ଜଣାଣ,

ବିଦ୍ୟାବୁଦ୍ଧି,ଜ୍ଞାନ ମାଗୋ

କରିବୁ ପ୍ରଦାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics