STORYMIRROR

Jemanta Sahu

Abstract Romance Others

3  

Jemanta Sahu

Abstract Romance Others

ଆଜିବି ତୋ ପ୍ରତୀକ୍ଷାରେ

ଆଜିବି ତୋ ପ୍ରତୀକ୍ଷାରେ

1 min
210

ପ୍ରଥମ ଦେଖାରେ ପାଇଥିଲି ଭଳ

ପାଉଅଛି ପାଉଥିବି,

କେବେହେଲେ ପ୍ରିୟା ଭୁଲିପାରିବିନି

ଯେତେକାଳ ବଞ୍ଚିଥିବି।


ତୋତେ ମୁଁ ଦେଖିଲେ ଆଲୋ ଚାନ୍ଦମୁହିଁ

ଭୁଲିଯାଉଥିଲି କେତେଦୁଃଖ କେତେସୁଖ,

ତୋ ବାଟକୁ ଚାହିଁ ରହିଛି କେବଳ

ନାହିଁ ମୋତେ ଶୋଷ ଭୋକ।


ତୋତେ ମୁଁ କାହିଁକି ଦୋଷ ଦେବି ପ୍ରିୟା

ସବୁ ଦୋଷ ଅଟେ ମୋର,

ପ୍ରତୀକ୍ଷାରେ ରହି କହିନପାରିଲି

ହେଇଗଲି ସାତପର।


ସବୁଜାଣି ତମେ ଅଜଣା ସାଜିଛ

କରିଦେଇ ଆଡ ମୁହଁ,

ଆଜିବି ରହିଛି ତୁମ ପ୍ରତୀକ୍ଷାରେ

ଝରେଇ କେତେ ଯେ ଲୁହ।


ପ୍ରତ୍ୟେକ ଦିନ ମୋବାଇଲ ଧରି

ବିତୁଛି ସମୟ ମୋର,

ଅପେକ୍ଷାରେ ଅଛି କାଳେ କେତେବେଳେ

ମେସେଜ ଟିଏ ଆସିବ ତୋର।


ପ୍ରେମ କରୁଥିଲି କରୁଥିବି ପ୍ରିୟା

ପାରିବିନି କେବେ ଭୁଲି,

ତୁ ଆସିବୁ ବୋଲି ପ୍ରତୀକ୍ଷାରେ ଅଛି

ହୃଦୟ କବାଟ ଖୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract