STORYMIRROR

Jemanta Sahu

Classics Inspirational Others

4  

Jemanta Sahu

Classics Inspirational Others

ଗୁରୁ

ଗୁରୁ

1 min
255

ତୁମ୍ଭେ ଅଟ ବ୍ରହ୍ମା          ତୁମ୍ଭେ ଅଟ ବିଷ୍ଣୁ

           ତୁମ୍ଭେ ସାକ୍ଷାତ ଈଶ୍ୱର,

ତୁମ୍ଭ ପାଦପଦ୍ମେ            ରଖୁଛି ମୋ ମତି

           ଘେନ ମୋ କୋଟି ଜୁହାର ।

ଅନ୍ଧାର ରୂପକ            ଅଜ୍ଞାନରୁ ତୁମେ

            ଜ୍ଞାନର ଆଲୋକ ଦେଇ,

ମାଟି ପିଣ୍ଡୁଳାକୁ             ଗଢିତୋଳି ଦିଅ

           ଦେବଶିଳ୍ପୀ ତୁମ୍ଭେ ହୋଇ ।

ତୁମ୍ଭେ ଅଟ ପରା           ଚଳନ୍ତି ଠାକୁର

           ଅସୀମ ଜ୍ଞାନ ଭଣ୍ଡାର,

ଜ୍ଞାନର ଆଲୋକେ           ଆଲୋକିତ କର

            ଅଜ୍ଞାନ ମୋ ହେଉ ଦୂର।

ଆଶୀର୍ବାଦ ତୁମ୍ଭ              କରୁଅଛି ଭିକ୍ଷା

            ଦିଅ ତୁମ୍ଭ ପଦ ଧୂଳି,

ସେ ପଦ ଧୁଲିକୁ             ମୁଣ୍ଡରେ ବୋଲି ମୁଁ

           କର୍ମ ପଥେ ଯିବି ଚାଲି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics