STORYMIRROR

Jemanta Sahu

Inspirational

3  

Jemanta Sahu

Inspirational

ମାଆ

ମାଆ

1 min
192

ମମତା ମୟୀ ମାଆଟି ମୋର

ତା ପାଦପଦ୍ମେ କରେ ଜୁହାର,

ବର୍ଣ୍ଣନା କରିବାକୁ ଗୁଣ ମାଆର

ନାହିଁ ଶକତି ମୋ ଲେଖନୀର।

ଦଶମାସ ଦଶଦିନ ଗରଭେ ଧରି

ଜନମ ଦେଇଛି ମୋତେ,

ନିଜେ ସହି କେତେ ଦୁଃଖ କଷ୍ଟକୁ

ସେନେହ ସରଧା ଅଜାଡ଼ି ଦେଇଛି ମତେ।

ଖରା ବରଷା କି ଝଡ଼ଝଞ୍ଜା

ଛୁଇଁପାରେ ନାହିଁ ତିଳେ,

ଅଛି ପରା ମୁହିଁ ସେହି ରକ୍ଷାକବଚ

ମାଆର ପଣତ ତଳେ।

ମାଆ କୋଳ ପରି ସେହି ଆନନ୍ଦ

ସେହି ମଜା ମଉଜ,

ଦେଇପାରେ ନାହିଁ କେବେହେଲେ

କୋଟି ଟଙ୍କାର ଶେଯ।

'ମା' ରେ ମାଟି ଯେ 'ଆ' ରେ ଆକାଶ

'ବା' ରେ ବାୟୁ ଯେ 'ପା' ରେ ପାଣି,

ତାହାରି ବିନା ଏହି ଧରାତଳେ

କଷ୍ଟସାଧ୍ୟ ଅଟେ ରହଣି।

ସହିଅଛି ମୋର ଅଳି ଅରଦଳି

ଛାତିକୁ ତାହାର କରି ପଥର,

ସହନ ପଣରେ ଏହି ଦୁନିଆରେ

ନାହିଁ ତାର ପଟାନ୍ତର।

ମାଆର ଆଖିରେ କାହାପାଇଁ କେବେ

ନଥାଏ ଭେଦଭାବ।

ସର୍ବଗୁଣ ଦାତ୍ରୀ ମମତାମୟୀ ସେ

ମାଆ ପରି କିଏ ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational