STORYMIRROR

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ସରଳ ହୃଦୟ ଶୁଭଦୃଷ୍ଟିର ଫଳ

ସରଳ ହୃଦୟ ଶୁଭଦୃଷ୍ଟିର ଫଳ

1 min
139


ଦେଖ,

କିପରି ପକ୍ଷୀଟିଏ,

କେତେ ସରଳ, ନିର୍ଭୟେ ଉଡୁଥାଏ,

ଈର୍ଷା ଓ ଅସୂୟା କିଛି ନଥାଏ,

ନିଜ ନୀଡ଼ ନିଜେ ଗଢିଥାଏ,

ନିଜ ଖାଦ୍ୟ ନିଜେ ଯୋଗାଡୁଥାଏ,

ଅନ୍ୟକୁ ଭରଷା କରେନି ସିଏ,

ସ୍ୱାଧୀନତା କଣ ଶିକ୍ଷା ଦିଏ. ।୧।


ହେ ମଣିଷ ସମାଜ,

ନିଜକୁ ଶ୍ରେଷ୍ଠ ପ୍ରାଣୀ ବୋଲାଅ,

ବଡ଼ ବଡ଼ କଥା ପ୍ରତିଦିନ କୁହ,

ଅନ୍ୟର ଶ୍ରମକୁ ଶୋଷଣ କରୁଥାଅ,

ଦାନାର୍ଥେ ପାଇବାକୁ ଆଶା ରଖିଥାଅ,

ଦାନ ପାଇଲେ ମାଗି ଖିଆ ହୁଅ,

ଧର୍ମ ଅଧର୍ମ ନୀତି ଅନୀତିକୁ ଭୁଲି ଯାଅ,

ମଣିଷତ୍ୱକୁ ଜଳାଞ୍ଜଳି ଦିଅ.।୨।


ହେ ମଣିଷ ସମାଜ, 

କାହିଁକି ଭୁଲୁଛ,

ସରଳ ହୃଦୟ ରଖିଲେ,

ଶୁଭଦୃଷ୍ଟିର ପସରା ମେଲିଲେ,

ତୃପ୍ତିର ମହ୍ଲାର ଖେଳେ,

ଖୁସିର ଲହରି ତୋଳେ,

ମନ ହୁଏ ଆନନ୍ଦଭରା,

ରସମୟ ଜୀବନ ଦ୍ୱାରା.।୩।


ହେ ମଣିଷ ସମାଜ,

ଜାଣିନକି, ଏ ଗୂଢ ତତ୍ତ୍ୱକୁ,

ଏ ଜୀବନ ତ କ୍ଷଣସ୍ଥାୟୀ,

ଏଇ ଅଛେ ଟିକିଏ ପରେ ତ ନାହିଁ,

ଆସିଛେ ଶୂନ୍ୟ ହସ୍ତେ ଏକା, ଏକା

ଫେରିଯିବା ଶୂନ୍ୟ ହସ୍ତେ ପରେ ଏକା,

ପ୍ରୀତିର ମୋହନ ଵେଣୁକୁ ଛାଡି

 କାହିଁକି ହିଁସାର ଖ‌ଣ୍ଡା ଆଣିବା ବେକକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract