ସୃଜନୀକା
ସୃଜନୀକା
ଆଦ୍ୟର ସୃଷ୍ଟିରେ ଅନ୍ତର ଶେଷରେ
କବିର କଲମ ଧାରେ,
ଆଶାର ଆରମ୍ଭେ ବିଶ୍ୱାସର ଉର୍ଦ୍ଧ୍ବେ
ବିପଦର ବନ୍ଧୁ ଦ୍ୱାରେ ।
ନଦୀର କୂଳରେ ଝରଣାର ଜଳେ
ପ୍ରେମିକାର ହୃଦୟରେ ,
ସାହିତ୍ୟ ଗୋ ତୁମେ ସଦ୍ୟ ପ୍ରସ୍ଫୁଟିତ
ଗୋଲାପଟେ ବଗିଚାରେ ।
ସଞ୍ଜର କୋଳରେ ସୂରୁଜ ଅସ୍ତରେ
ମଳୟର ଅନ୍ତଃସ୍ୱରେ ,
ମେଘ ମହ୍ଲାରରେ କାକର ବିନ୍ଦୁରେ
ସୃଜନର ଭାବନାରେ।
ସ୍ମୃତି ଫଳକରେ ଜୀବନର ଧାରେ
ଅଟ ତୁମେ ସ୍ମରଣିକା ,
ଗଗନ ଗର୍ଭରେ ଅରୁଣ ରୂପରେ
ଉଭା ତୁମେ ସୃଜନିକା।