STORYMIRROR

Mrutyunjaya Sahoo

Others

3  

Mrutyunjaya Sahoo

Others

ରୂପରେ ପରିବର୍ତ୍ତନ

ରୂପରେ ପରିବର୍ତ୍ତନ

1 min
286

ସମୟର ଏରୁଣ୍ଡିବନ୍ଧ ଡେଇଁ

ଅତୀତକୁ ଛାଡି ବର୍ତ୍ତମାନରେ

ପାଦ ଦେଲା ପରେ

ପରିବର୍ତ୍ତିତ ରୂପକୁ ଧରି ଚାଲିଆସେ ନୂତନ ଦୁନିଆକୁ |

ପାଦରେ ଅଳତା

ମଥାରେ ସିନ୍ଦୂର

ହାତରେ ଶଙ୍ଖା

ଏବଂ ମୁଣ୍ଡରେ ଓଢଣୀ 

ରୂପକ ଅଦୃଶ୍ୟ କଡ଼ିରେ ବାନ୍ଧି ହୋଇଯାଏ 

ସରଳ ନିଷ୍କପଟ ଝିଅଟିଏ |

ଜାଣିନାହିଁ ସୂକ୍ଷ୍ମ ଓ ସ୍ଥୁଳର ରହସ୍ୟ

ବୁଝିନାହିଁ ଜଟିଳ କି ସରଳ ଜୀବନର ପ୍ରଶ୍ନ ?

କେବଳ ହସେ ନା ହସିବାର ଅଭିନୟ କରେ

ସମୟର କାଳ ଗର୍ଭରେ 

ଛାତି ତଳେ ଲୁଚି ରହିଥିବା 

ଅକୁହା କଥାକୁ ଦେଖିପାରେ ନା ଦେଖେଇପାରେ

କେବଳ ଚାପିରଖି ହସିବାର ଅଭିନୟ କରେ

ମନ ତଳେ ଥିବା

ସାମାଜିକ ନିନ୍ଦାର ନିଆଁରେ କୁହୁଳି କୁହୁଳି |

ଆଉ ପାଉଁଶ ହୋଇଯାଏ 

ସବୁ ଆଶା ବିଶ୍ୱାସ ଓ ଭରସା

ନିଜର ରୂପକୁ ପରିବର୍ତ୍ତନ କରି | 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍