STORYMIRROR

Mrutyunjaya Sahoo

Inspirational

4  

Mrutyunjaya Sahoo

Inspirational

ଜୀବନର ନଗ୍ନଚିତ୍ର

ଜୀବନର ନଗ୍ନଚିତ୍ର

1 min
275

ଥରେ ଆସି ଦେଖିଯାଅ

ତୁମ ଗାଁ ମୁଣ୍ଡରେ ଥିବା ସେଇ ଶ୍ମଶାନ ଭୂମିକୁ

କିପରି ଅହଂକାର ସବୁ ଗଦା ହୋଇ ପଡିଛି

ଅବଶେଷ ପାଉଁଶ ରୂପରେ......


ଥରେ ଆସି ଦେଖିଯାଅ

ଗଙ୍ଗାନଦୀର ସେଇ ପବିତ୍ର ଜଳଭାଗକୁ 

କିପରି କୁଢ଼ କୁଢ଼ ହୋଇ

ଗର୍ବ ସବୁ ଭାସି ବୁଲୁଛି

ସମୁଦ୍ରରେ ଲୀନ ହେବାପାଇଁ....


ଥରେ ଆସି ଦେଖିଯାଅ

ଯୁଦ୍ଧ ଭୂମିରେ ହେଉଥିବା

ଯୁଦ୍ଧର ବିଭୀଷିକାକୁ 

କିପରି ସ୍ୱାର୍ଥ ସବୁ ପରାଜୟ ହୋଇ

ଖୋଜିବୁଲୁଛନ୍ତି ଶାନ୍ତିର ରାସ୍ତା......


ଥରେ ଆସି ଦେଖିଯାଅ

ଜଳୁଥିବା ସେଇ ଶ୍ମଶାନର ଜୁଇକୁ

କିପରି ଲୋଭ ସବୁ ଦଗ୍ଧ ହୋଇ

ପ୍ରୟାସ କରୁଛନ୍ତି ପବନରେ ମିଶିବାକୁ.......


ଏଇତ ଜୀବନର ନଗ୍ନଚିତ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational