STORYMIRROR

Mrutyunjaya Sahoo

Abstract

4  

Mrutyunjaya Sahoo

Abstract

ଆତ୍ମହତ୍ୟା

ଆତ୍ମହତ୍ୟା

1 min
363

ସମ୍ପର୍କକୁ ସମ୍ପର୍କ ସହ ଯୋଡି

ନୂତନ ସମ୍ପର୍କ ସୃଷ୍ଟିକରୁଥିବା ମଣିଷ

ଯେ ଦିନେ

ସମ୍ପର୍କୀୟଙ୍କୁ ଭୁଲି

ଆତ୍ମହତ୍ୟାର ପନ୍ଥାକୁ ଆପଣାଇ ନେବ

ଏହା ଅବିଶ୍ୱାସନୀୟ ହେଲେ ମଧ୍ୟ ସତ୍ୟ |


ସାମାଜିକ ଘଟଣାମାନ 

ସମାଜର ଉଦାହରଣ ସାଜି

ଯେବେ ଉଦୟ ହୁଅନ୍ତି,

ଅବିଶ୍ୱାସର ଅଫେରା ପଥରେ,

ସନ୍ଧ୍ୟାରେ ରାଜଧାନୀର ରାଜପଥ ମଧ୍ୟ

ନିର୍ଜନ ପାଲଟିଯାଏ |


ଦିନର ଆଲୋକରେ ବି 

ଚତୁର୍ଦ୍ଦିଗ ଅନ୍ଧକାରରେ ପରିପୂର୍ଣ ହୋଇଯାଏ,

ସତେ ଯେପରି କଳାର କାଳିମା

ସମଗ୍ର ଜୀବନକୁ ଅଭିଶପ୍ତ କରିଦେଇଛି |


ସମୟ ସିନା ଚାଲିଯାଏ ହେଲେ

କଥା ଚିରକାଳ କାନ ପାଖେ ଗୁଞ୍ଜରିତ ହୋଇ

ସବୁବେଳେ କହିଚାଲେ

ସେଇ ଗୋଟିଏ କଥା

ତୁ ଅଭିଶପ୍ତ....

   ତୁ ଅଭିଶପ୍ତ.....

      ତୁ ଅଭିଶପ୍ତ......


ମନରେ ଅସୀମ ସାହସକୁ ଏକଜୁଟ କରି

ଆଗେଇ ଚାଲେ

ସେଇ ଅଫେରା ପଥରେ |


ସମୟ ସିନା ବଦଳି ଯାଏ 

ଯେଉଁ ଅପନିନ୍ଦା ପାଇଁ

ଆତ୍ମହତ୍ୟା ପରି ନିଷ୍ଠୁର ରାସ୍ତାକୁ ଆପଣାଇ ଥିଲା

ସେଇ ଅପନିନ୍ଦା

ଆତ୍ମହତ୍ୟା ପରେ ବି ଭୋଗିବାକୁ ପଡେ

ଏହା ତା ମନରୁ ଅପସରି ଯାଇଥିଲା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract