STORYMIRROR

Mrutyunjaya Sahoo

Romance

4  

Mrutyunjaya Sahoo

Romance

ପାଗଳ ପ୍ରେମିକା

ପାଗଳ ପ୍ରେମିକା

1 min
525

ପ୍ରତି ଅଙ୍ଗେ ତାର ମୋର ନାମ ଲେଖି

କହୁଥିଲା ମୋ ପ୍ରେମିକା,

ପ୍ରୀତି ପ୍ରାଙ୍ଗଣରେ ପ୍ରତି ମୂହୁର୍ତ୍ତରେ

ଖୋଜୁଥିଲା ଦିନେ ଏକା |


ଦିନେ ବାହା ହୋଇ ପର କରି ଦେଇ

ଚାଲିଗଲା ବହୁଦୂର,

ଅତୀତ ସ୍ମୃତିକୁ ଛାତିରେ ଜାବୁଡି

କାଟୁଥିଲି ଦିନ ମୋର |


ଅଦିନେ ଆଜି ମୋ କୁଣିଆ ହୋଇ ସେ 

ପହଁଚିଲା ଘରେ ଆସି,

ପାଖେ ବସି କେତେ ବଖାଣି ଚାଲିଲା

ଜୀବନର ହସଖୁସି |


ମନର ଯନ୍ତ୍ରଣା ମନ ତଳେ ଚାପି

ଶୁଣୁଥିଲି ତାର କଥା,

ଭୋଜନ ସମୟେ ଦେଇ ଚାଲିଗଲା

ଆହୁରି ଅନେକ ବ୍ୟଥା |


ସ୍ମୃତି ମୁର୍ଦାରକୁ ଉଜ୍ଜୀବିତ କଲା

ପ୍ରେମ ସଂଜୀବନୀ ଛିଞ୍ଚି,

କହି ଚାଲିଗଲା ଅକୁହା କଥାଟେ

ଓଠକୁ କାନରେ ଗୁଞ୍ଜି |


ହୋଇପାରିଲିନି ତୁମର ମୁଁ ସଖି

ସମୟ ଖେଳିଲା ଖେଳ,

ଫେରି ମୁଁ ଆସିଛି ତୁମରି ପାଖକୁ

ହୋଇ ତୋ ପ୍ରେମେ ପାଗଳ |


ପିନ୍ଧିଛି ମଥାରେ ଆଉ କା ସିନ୍ଦୁର

ହାତରେ ଦିପଟ ଶଙ୍ଖା,

ହେଲେ ଆଜି ମନ ତୁମକୁ ହିଁ ଝୁରେ

କରିବାକୁ ଟିକେ ଦେଖା |


Rate this content
Log in

Similar oriya poem from Romance