ଜୀବନ ସଉଦା
ଜୀବନ ସଉଦା
ଜୀବନ ଏକ ଜୀବନ୍ତ ମୂକସାକ୍ଷୀ
ଘଟଣା, ଦୁର୍ଘଟଣାର ,
କେବେ ସାଜିଥାଏ ଉଦାହରଣଟେ
ପ୍ରତୀକ କଥାବସ୍ତୁର ।
ଶିଖାଏ ବଞ୍ଚିବାର କଳାକୌଶଳ
ବିଭିନ୍ନ ଚିନ୍ତାଧାରାର
ଆବିଷ୍କାର, ଉଦ୍ଭାବନ କରିଥାଏ
ନୂତନ ଓ ପୁରାତନର ।
ଏଇତ ଜୀବନ ଦର୍ଶନର କଥା
ଦୁନିଆକୁ ଅତି ପାଖରୁ ଦେଖିଥିବା
ଗୋଟେ ହୃଦୟର ଗାଥା ।
