STORYMIRROR

Mrutyunjaya Sahoo

Romance

3  

Mrutyunjaya Sahoo

Romance

ଚୋରା ଚାହାଣୀ

ଚୋରା ଚାହାଣୀ

1 min
220

ତୁମର ସେ ଚୋରା ଚାହାଣୀ

କହୁଥିଲା କିଛି ଭିନ୍ନକଥା

ସେଥିପାଇଁ ବୋଧେ ମୁଁ ବାଧ୍ୟ ହେଲି ପ୍ରେମ କରିବାକୁ

ଗଲା ସନ ଫଗୁଣରେ ।


ଆରେ ହଁ ଏଇତ ଫଗୁଣ

ପୁଣିଥରେ ଫେରିଛି

ଏଇ ରଙ୍ଗହୀନ ଜୀବନରେ

ଆଉ କିଛି ରଙ୍ଗ ଢାଳିବାକୁ

ବୋଧହୁଏ ତୁମ ପ୍ରେମରେ କିଛି ଉଣା ଥିଲା ।


ଆରେ ରାଗନି ମ

ତୁମ ଭଲପାଇବା କଥା କହୁନି

କହୁଚି କିଛି ମିଛ ରାଗ ଆଉ ଅଭିମାନର କଥା,

ଯିଏ ସମ୍ପର୍କର ଡୋରକୁ ଆହୁରି ଶକ୍ତକରି ବାନ୍ଧିଥାଏ ଜନ୍ମଜନ୍ମାନ୍ତରର ସମ୍ପର୍କ ତୁମ ଆଉ ମୋ ମଧ୍ୟରେ ରହିବାକୁ ସାତ ଜନ୍ମ ନାଇଁ ନାଇଁ ସବୁ ଜନ୍ମ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance