ମନ ରାକ୍ଷସ
ମନ ରାକ୍ଷସ
ମନର ମୂଳେ ଏ ଜଗତ
ସର୍ଜଇ ପୁଣ୍ୟ ପାପ ସେତ ।
ସକଳ ଇନ୍ଦ୍ରୀ ଙ୍କର ରାଜ
ତା ଇଙ୍ଗିତେ ସର୍ଵକାର୍ଯ୍ୟ ।
ସେ ଦିଏ ନରକକୁ ଗତି
ପୁଣି କରାଏ ଗତି ମୁକ୍ତି ।
ତାମସେ ହୋଇଗଲେ ଲିପ୍ତ
ରାକ୍ଷସ ଭାଵେ ଉତ ପାତ।
ଅହ'କାରରେ ମତ ହସ୍ତୀ
କୁକର୍ମରେ ଢ଼ାଳି ମତି ।
ପାପକୁ ନ ଡ଼ରଇ ତିଳେ
ଅପଥେ ଚଳେ ନିରନ୍ତରେ ।
ପର ଧନ ଦାରା ସେ ଲୁଟେ
ଅପର ନାରୀ ବା କୁମାରୀ ।
ଅପହରଣ କରେ ସେତ
ଦିବା କିବା ସେ ଶର୍ଵରୀ ।
ତାର ଅନୀତି ସଦା କୁମତି
ଅପରେ ଦଣ୍ଡଦ୍ୟନ୍ତି ନୀତିପ୍ରତି।
ପ୍ରକୃତି ତାମସିକେ ମଜି
ରାକ୍ଷସଵୃତ୍ତି ଆଚରଇ ।
ଶାନ୍ତ,ସରଳ ଭାଵ ଯିଏ ତେଜେ
ରାକ୍ଷାସ ଭାଵରେ ସେ ମଜେ ।