STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
175

ସୌହାର୍ଦ୍ୟ ସଳିତାର ଅର୍ଘ୍ୟ 

ନିବିଡ଼ତାର ଭରା ସ୍ପନ୍ଦନ 

ମିଳନେ ତୁଳସୀ ଚନ୍ଦନ 

ଆନ୍ତରିକତା ରେ ସମୁଜ୍ଜ୍ଵଳ 

ବନ୍ଧୁତା ସସ୍ନେହ ଶୃଙ୍ଖଳ 

ଉଦାସ କଟେ ବାକ୍ୟ ବିନିମୟେ 

ହତାସ ବଶୀଭୂତ ଵି ହୁଏ 

କର୍ମଯୋଗୀ ଅବା ସଂସାରୀ 

ବନ୍ଧୁତାର ମହିମାରେ ଜାଜ୍ଜୁଲ୍ୟମୟ 

ଗାରିମାରେ କୃଷ୍ଣ ସୁଦାମା 

ମହାଭାରତେ କର୍ଣ୍ଣ ଅର୍ଜ୍ଜୁନ 

ରାମାୟଣେ ସୁଗ୍ରୀବ ହନୁମାନ 

ବନ୍ଧୁତାର ନିବିଡ଼ ସ୍ପର୍ଶରେ 

କଳନା ସମୁଦ୍ରକୁ କେ କରିପାରେ? 

ଛଳନା ଆସ୍ତରଣ ନଥାଏ ଅନ୍ତରେ 

ଅନ୍ତର୍ଦ୍ୱନ୍ଦ ଉର୍ଦ୍ଧମୂଖୀ ସଚେତନତାରେ 

ବନ୍ଧୁ ପଣେ ଜଗନ୍ନାଥ ସ୍ୱୟଂ 

ନଥାଏ ବନ୍ୟା ବାତ୍ୟା କରୋନା ଭୟ 

ଲୁହଟିକେ ହୃଦୟରୁ ଦେଇ 

ବନ୍ଧୁତା ରଖିଲେ ତାଙ୍କ ସାଥେ ବଢ଼ାଇ 

ସ୍ୱର୍ଗ ସୁଖ ମର୍ତ୍ତେ ଯିବା ପାଇ 

ବନ୍ଧୁତାର ନିଦର୍ଶନ ଶଙ୍ଖ ଚକ୍ର 

ଗଦା ପଦ୍ମ ଛଡ଼ାନ୍ତିନି କାଳିଆଙ୍କ ପାଖ 

ଯିଏ ପାଇଛି ସେ ଅମୃତ 

ଜାଣିଛି ମହତ୍ତ୍ୱ ଶତତ ହୋଇ ବଶୀଭୂତ 

ସେଥିପାଇଁ ଭକ୍ତ ଓ ଭଗବାନଙ୍କ ଭିତରେ ସୁନ୍ଦର ବନ୍ଧୁତ୍ୱ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract