ରସିକିଆ ନାଗର
ରସିକିଆ ନାଗର
ସୁନ୍ଦରୀ ସ୍ତିରି ବି ଗନ୍ଧାଏ
ଆଜି କାଲିର ରସିକିଆଙ୍କୁ,
ହୁଅନ୍ତି ଖାଲି ନସର ପସର
ପର ଭାରିଜା ସଙ୍ଗେ ଗପିବାକୁ।
ବୋଲାନ୍ତି ବଡ ଭାଇନା ସବୁଠି
ଉଡି ବୁଲନ୍ତି ଖୋଜି ମଇନା ଯୋଉଠି ।
ସ୍ତିରି କିଣିଲେ ସ୍ନୋ, ପାଉଡର ,
ଲାଗେ ଅଧିକା ଖରଚର ଡର ।
ଯାଚି ଦେଉଥାନ୍ତି ନାନା ଉପହାର
ଅଜଣା ଫୁଲେଇ ଅପାଙ୍କୁ ତାଙ୍କର ।
ଚାହିଁଲେ ଘରଣି ହୋଟେଲରେ ଖାଇବା,
ଧରେ ତାଙ୍କୁ ଚାଳିଶି ଡିଗ୍ରୀ ଭାଲୁଜର।
ଗୁପୁଚୁପୁ ଖୁଆନ୍ତି ଲୋକ ଦେଖାଣିଆ ନାନୀକୁ,
ଆହୁରି ଆଇସକ୍ରୀମ ରୋଲ୍ ଭରପୁର ।
ଦେଖାନ୍ତି କେତେ ଗହଳିର ନେଫଡା ଆଳ ,
ଭାରିଜାର ହେଲେ ମେଢ ବୁଲିବା ବେଳ।
ବାଇକିରେ ନେଇ ବୁଲାନ୍ତି ସାରା ନଗର,
ଅଦିନିଆ ଭାଉଜର ବନି ସଉକିଆ ଦିଅର ।
କୁନ୍ଥଉ ଥାନ୍ତି ଘରଣିକୁ ଦେବାକୁ ଟଙ୍କା ,
ଦିଅନ୍ତି ପଇସା କେତେ ଗଣିତ ଗଣି,
ସାରିଦିଅନ୍ତି ତେଣେ ନଗଦ କେତେ
ପିରତି ବିକାଳି ନାନୀକୁ କିଣି।
ଓହ୍ଲାଏ ରସିିକ ଭୂତ ଏମିତିକା ପତିଙ୍କ ,
ବ୍ୟାଙ୍କ ଆକାଉଣ୍ଟ ଯେବେ ହୁଏ ଫାଙ୍କା।
ଘରଣି ହୁଏ ପ୍ରଚଣ୍ଡ ରାଗରେ କଡମଡ,
ପଛତେଇଲେ କଣ ହବ ବୋହିଗଲେ ଗୁଡ।
ବୁଝି ନ ପାରନ୍ତି ସ୍ତ୍ରୀ ଜାତିକୁ ଏ ଅନ୍ଧ ନାଗର,
ଯେତେ ହେଲେ ବି ଏମିତିଆ ନାରୀ ମାନେ
ଦାନ୍ତ ଦେଖେଇ ପେଡି ଭରନ୍ତି ନିଜ ପତିର ।
ବୋକା ବନି ଥାନ୍ତି ଖାଲି ଯେତକ ରସିିକ ନାଗର ।
