ବାଇଆ
ବାଇଆ
ପିଲାଟିଏ ଥିଲା ଭାରି ନଟଖଟ
ସପ୍ତମ ଶ୍ରେଣୀରେ ପଢୁଥିଲା ପାଠ l
ପାଠରେ ନଥିଲା ତିଳେ ତାର ରୁଚି
ପୋଢ଼,ଗୋରୁ ଜଗେ ଖେଳେ ଠିଆ ପୁଚି l
ଦିନେ ବିଳମ୍ବରେ ସ୍କୁଲକୁ ଆସଇ
ଗୁରୁଙ୍କୁ ଦେଖିଣ କାନ୍ଥରେ ଲୁଚଇ l
ଗୁରୁଜୀ କହନ୍ତି କିରେ କହୁଣିଆ
ଆସି ବିଳମ୍ବରେ କାନ୍ଥେ ଲୁଚୁ କିଆଁ l
ପିଲାଟି କହିଲା ପୋଢ଼ ଅମାନିଆ
ପଘାକୁ ଫିଟେଇ ମାରିଥିଲା ଡିଆଁ l
ତାକୁ ଧରିବାକୁ ଗୋଡେଇ ଗୋଡେଇ
ଘଂଟାଏ ବିଳମ୍ବ ଯାଇ ଅଛି ହୋଇ l
ଏତେ କହି ସିଏ କ୍ଲାସରେ ପଶିଲା
ଖାତା ବହି ଖୋଲି ପଢ଼ାରେ ବସିଲା l
ଏ ସବୁ ଦେଖିଣ ଗୁରୁଜୀ ରାଗରେ
କୁହନ୍ତି ବସିଲୁ କାହା ଆଦେଶରେ l
ପିଲାଟି କହିଲା ମୋ ସାଙ୍ଗ ବାବୁଲା
ଇସାରାରେ ମୋତେ ଡାକି ବସେଇଲା l
ଗୁରୁଜୀ କହିଲେ ତୋ ସାଙ୍ଗ କଥାରେ
ଡେଇଁ ପାରିବୁକି କହ ତୁ କୁଅଁରେ l
ଆଗ ପଛ କିଛି ନ ବିଚାରି ଭାବି
ପିଲାଟି କହିଲା ହଁ ମୁଁ ପାରିବି l
ସ୍କୁଲ ଆଗରେ ଥିଲା ଗୋଟେ କୁଅଁ
ପିଲାଟି ବଢ଼ିଲା ମନୁ କାଟି ଭୟ l
ଏହା ଦେଖି ତାର ଗୁରୁ ହେଲେ କାବା
ପଛରୁ ଧରିଲେ ଦେଇ ଚାରି ଗୋବା l
ଗୁରୁଶ୍ରେଷ୍ଠ ପୂଜ୍ୟ ରାଘବ ସୁବୁଧି
ଦେଇଥିଲେ ତାକୁ ବାଇଆ ଉପାଧି ।
