STORYMIRROR

ମୁକ୍ତିରାଣୀ ଦେବତା

Comedy

3  

ମୁକ୍ତିରାଣୀ ଦେବତା

Comedy

ଘର ମୋର ନର୍କ

ଘର ମୋର ନର୍କ

1 min
118

ସ୍ୱର୍ଗ ସମ ଘର ହେଲାଣି ନର୍କ

ପରିବାର ମଧ୍ୟେ ହେଉଛି ତର୍କ

ବୁଢା ବାପା ମାଆ ସାଜନ୍ତି ବୋଝ

ଦେଉ ନାହିଁ ଢୋକେ ତୋରାଣି ପେଜ 


ଜମି ଭାଗ ପାଇଁ ହେଉଛି କଳି

ଭାଇକୁ ଦେଖିଲେ କରୁଛି ଗାଳି 

ଘରଣୀ ମୋହର ଦେଉଛି ଖୁଣ୍ଟା

କହୁଛି ମୁଁ ଗୋଟେ ନିହାତି ଶୁଣ୍ଠା ।।


ସ୍ନେହର ସମ୍ବନ୍ଧ ହୁଏନି ଲୋଡା

କାମର ଚାପରେ ସାଜିଛି ଘୋଡା

ସନ୍ତାନଙ୍କ ଲାଗି ସମୟ ନାହିଁ 

ମୋବାଇଲ ଧରି ରହୁଛି ଚାହିଁ ।।


ଯୌଥ ପରିବାର ଗଲାଣି ଭାଙ୍ଗି

ମଦର ନିଶାରେ ଉଡୁଛି ଲୁଙ୍ଗି 

କୁକୁଡା ଗୋଡକୁ ଖାଉଛି ପୋଡି

କଅଁଳ ବେକକୁ ଦେଉଛି ମୋଡି ।।


ବଡଲୋକି ନିଶା ଛାଡୁନି ମୋର 

ସମୟ ସୁଅରେ ହେଲିଣି ଚୋର

ଟଙ୍କା ଟଙ୍କା ହୋଇ ନିଇତି ମରେ 

ରୋଗ ବେମାରୀରେ ପଇସା ସରେ ।।


ଝିଅକୁ କହିଛି ନପଢ ପାଠ

ଟେକିଦେବି ତୋତେ ଦେଖିକି ଶଠ

ତୁଣ୍ଡରେ ନିଜର ଦେବାକୁ ଜଳ

ପାଇବନି ଦିନେ ହାତରେ ବଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy