ଚଳଚ୍ଚିତ୍ର
ଚଳଚ୍ଚିତ୍ର
ସବୁ ମଣିଷ ଦେଖେ ଚଳଚ୍ଚିତ୍ର
କେବେ ପ୍ରେକ୍ଷାଳୟରେ
ଧାବମାନ ଚିତ୍ର ସବୁ
ଧଳା କାନଭାସ ଉପରେ,
ଯାହା ମନୋରଞ୍ଜନ
ପାଇଁ ମଣିଷ ଜୀବନରେ
ଅନିର୍ଵାଯ୍ୟ କାର୍ଯ୍ୟଟିଏ |
ଏବେ ଆଉ
ଦେଖୁ ନାହିଁ କେହି
ଚଳଚ୍ଚିତ୍ର ପ୍ରେକ୍ଷାଳୟରେ,
ଆସୁଛି ଅନେକ ଚଳଚ୍ଚିତ୍ର
ଆଙ୍ଗୁଠି ଅଗରେ,
ହାତ ମୁଠାରେ ଥିବା
ମୋବାଇଲରେ |
ଏବେ ଚଳଚିତ୍ର
ଗଢିବା ହେଲାଣି ସହଜ
ନୁଆଁ ମୋବାଇଲରେ,
ଅନେକ ମୋବାଇଲ ଧାରି
ବ୍ୟସ୍ତ ଚଳଚ୍ଚିତ୍ର ତିଆରିରେ,
ଆଉ ଦେଖୁଛି କିଏ
ଅନ୍ୟ ଚଳଚ୍ଚିତ୍ର,
ବ୍ୟସ୍ତତା ଭିତରେ କେବେ
ନିଜେ ବନିଯାନ୍ତି ଚଳଚ୍ଚିତ୍ର |
