Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଭାଷା-ସାହିତ୍ୟ-ସଂସ୍କୃତି

ଭାଷା-ସାହିତ୍ୟ-ସଂସ୍କୃତି

1 min
13.2K


ଭାଷା-ସାହିତ୍ୟ-ସଂସ୍କୃତି

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

       ଗର୍ବରେ କୁହ - ଆମେ ଓଡ଼ିଆ

       ଆମ ମାତୃଭାଷା ଭାରି ବଢ଼ିଆ ା

       ଲେଖିବା, ପଢ଼ିବା ଆମେ ଓଡ଼ିଆ

       ଜଗନ୍ନାଥଙ୍କ ଚକାଆଖି ବଡ଼ ବଢ଼ିଆ,

       ବିକାଶ ପାଇଁ ବାଡ଼େଇବା ନଡ଼ିଆ ା

       ଭାଷା-ସାହିତ୍ୟ-ସଂସ୍କୃତିର ମାନ

       ସାରା ବିଶ୍ୱରେ ହେବ ସବୁଠୁ ମହାନ ା

       ଭାଷା ସୁରକ୍ଷା ସରକାରୀ ନିୟମ

       ଏହାଠାରୁ ଆଉ କ’ଣ ସରମ ?

       ମାନସିକତାରେ ଆଉ ନାହିଁ ପ୍ରୀତି

       ପାଠ ପଢ଼ଉଛୁ ପିଲାଙ୍କୁ ବିଲାତି ା

       ଚତୁର୍ଦ୍ଦିଗେ ଏବେ ବିଦେଶୀ ସଂସ୍କୃତି

       ହୃଦୟରେ ଆଣ ଜାତୀୟତାର ତାତି ,

       ନହେଲେ ହୋଇଯିବ ସଭ୍ୟତାର ଇତି ା

       ଘରେ ପକାଅ ପ୍ରଥମେ ଏହି ନିଅଁ

       କୁନିପିଲା ଯୁବପିଢ଼ି ମୁଖ୍ୟ ଖିଅ ା

       ତେବେ ଜଳିବ ଏହି ବହ୍ନି ନିଶ୍ଚୟ

       ବନ୍ଦେ ଉତ୍କଳ ଜନନୀ... ଗୀତ ଗାଅ ା

       ମନେପଡୁ ନାହାନ୍ତି ଗୋପବନ୍ଧୁ, ମଧୁସୂଦନ

       ଖାଲି ଫୁଲମାଳ ଦେଇ କରୁଛୁ ସମ୍ମାନ ା

       ଜାତି ହୋଇଯାଇଛି ଏତେ ଦୀନହୀନ

       ଉତ୍କଳ ମା’ର ଆମେ ବୀର ସନ୍ତାନ 

       ହୃଦୟରେ ନାହିଁ ବାଜି ରାଉତର ବଳିଦାନ ା

       ରକ୍ତରେ ନାହିଁ ବକ୍ସି ଜଗବନ୍ଧୁର ତାତି

       କାହିଁ ଫକୀରମୋହନଙ୍କ ସତ୍ୟ ନିଷ୍ଠା

       ଗର୍ବ କରୁଛେ ଲେଉଟାଇ ଇତିହାସ ପୃଷ୍ଠା ା

       ବଢୁଛି ଦେଶର ଆର୍ଥିକ ବିକାଶ ହାର

       ସାହିତ୍ୟ ବୁଲୁଛି ଆଜି ଦୁଆର ଦୁଆର ା

       ମାନପତ୍ର, ଫଟୋ, ଏମାନଙ୍କ ପୁରସ୍କାର

       ବାଃ ବାଃ ଦେଶର ଜନତା ଆଉ ସରକାର !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy