STORYMIRROR

Rajesh Kumar Jain

Comedy

3  

Rajesh Kumar Jain

Comedy

ମଧ୍ୟବିତ୍ତ ପରିବାର

ମଧ୍ୟବିତ୍ତ ପରିବାର

1 min
27.6K


ମଧ୍ୟବିତ୍ତ ପରିବାର

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଏ ଯୁଗର ମଧ୍ୟବିତ୍ତ ପରିବାର,

ଘର ଚଳେଇବା ବଡ଼ କଷ୍ଟକର,

ଚତୁର୍ଦ୍ଦିଗେ କଳାବାଦଲର ଘେର,

ସୀମିତ ଆୟ ଭିତରେ ସବୁ ଅସ୍ଥିର,

ପିଲାମାନଙ୍କର ପାଠପଢ଼ା କ୍ୟାରିଅର,

ଘରଭଡ଼ା, ପେଟକୁ ମୁଠାଏ ଆହାର,

ସମ୍ଭାଳିପାରୁନି ମହଙ୍ଗାଇର ପ୍ରେସର

ଡାକ୍ତରଖାନା ତ କାଳର ଘର,

ହାତ ପତେଇ ହେଉଛି ପାର,

କନ୍ୟା ପାଇଁ ଉପଯୁକ୍ତ ବର,

ସରିଯାଉଛି ଜମାପୁଞ୍ଜିର ଦ୍ୱାର,

ମନେ ପଡୁନାହାନ୍ତି ଚଳନ୍ତି ଈଶ୍ୱର,

କିଏ ନେବ ଏମାନଙ୍କ ଖବର,

ଭାବି ଭାବି ବ୍ଲଡପ୍ରେସର, ସୁଗାର,

ସବୁବେଳେ ରହୁଛି ଅଣ୍ଡର୍-ପ୍ରେସର,

ଯାହାକୁ ଆଣିଥିଲା ହାତ ଧରି,

ତା ମନକଥା ଯାଉଛି ପାଶୋରି,

ବୋଝ ଉପରେ ନଳିତା ବିଡ଼ା,

ବୟସ ଆଗରୁ ଦିଶୁଛି ହଡ଼ା,

ରାତିସାରା ମନ ଯାଉଛି ଶୋଇ,

ଆଖିରେ ନାହିଁ ନିଦର ଛାଇ,

ପାଉନାହିଁ ସଂସାରର ଭାଗମାପ,

ଜୀବନଟା ଲାଗୁଛି ଅଭିଶାପ,

ପ୍ରତି ଘରର ଏହା ଅକୁହା କଥା,

କିଏ ଦୂର କରିବ ଏମାନଙ୍କ ବ୍ୟଥା ?

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy