STORYMIRROR

Rajesh Kumar Jain

Comedy

3  

Rajesh Kumar Jain

Comedy

ଆଚାର

ଆଚାର

1 min
26.1K


ଆଚାର

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଘରକୁ ଆସିଲା ଇଣ୍ଡାନା ଆଚାର,

ବଦଳିଗଲା ସବୁ ବୁଦ୍ଧି ବିଚାର,

ବାହାରେ ଖାଉଛେ ପିଜା ଆଉ ପାସ୍ତା,

ଘରର ଖାଦ୍ୟ ପ୍ରତି ନାହିଁ ଆଉ ଆସ୍ଥା,

ଭାତ, ରୁଟି, ଡାଲି, ତରକାରି

ଖାଉଛନ୍ତି ଏବେ ଆଈ-ଅଜା,

ଗୁପ୍ଚୁପ୍, ଚାଉମିନ୍, ଚାଟ୍-ରେ,

ନୂଆ ପିଢ଼ିର ଭାରି ମଜା,

ସଭିଙ୍କର ବାହାରେ ଖାଇବା ଜ୍ୱର,

ଡେଙ୍ଗୁ ପ୍ରତି ନାହିଁ କାହା ନଜର,

ମନ ନାହିଁ ଆଉ ଧରିବାକୁ ବେଲଣ,

ଲଗାମଛଡ଼ା ଯେବେଠୁ ଗଲା ଲଣ୍ଠନ,

ଖାଇ ଖାଇ ହେଲୁଣି ଦରମରା,

ଡାକୁଛନ୍ତି ଡାକ୍ତର ଆସ ବେଗି ପରା,

ବେପାର ତ ତାଙ୍କର ଖୁବ୍ ଜମିଲାଣି,

ଟେଷ୍ଟିଙ୍ଗ୍ କରି କରି ଅଧମରା ହେଲୁଣି,

ଶ୍ରୀମାନ୍-ଙ୍କ  ଅବସ୍ଥା ଖଟି ଖଟି ବେହାଲ୍,

ଶ୍ରୀମତୀ ଚାଲୁଛନ୍ତି ମସ୍ତ ହାତୀ ଚାଲ୍,

ଘରୋଇ ବଜେଟ୍-ରେ ଲାଗିଛି ନିଆଁ,

ରୋଷେଇଶାଳାରେ ବାହାରୁନି ଧୂଆଁ,

ଏବେ ବୈଦେଶିକ ସଂସ୍କୃତିର ସଂସ୍କାର,

ରେଡିମେଡ୍ ପ୍ୟାକିଙ୍ଗ୍ ଫୁଡ୍-ର କାରବାର,

ମ୍ୟାଡାମମାନେ ଦେଉଛନ୍ତି ସନ୍ଦେଶ,

ମଟନ୍, ବିରିଆନି ଆଣିବ ଆଦେଶ,

ଖାଇ ଖାଇ ବାହାରର ଅନ୍ନ,

ଭୁଲିଯାଇଛେ ସଂସ୍କୃତିର ମାନ,

ସବୁ ଘରେ ଆଜି ଟିଭିମାତାର ଗୁଣଗାନ,

ଚାହୁଁଛନ୍ତି ସମସ୍ତେ ଆରାମିଆ ଜୀବନ,

ଆଧୁନିକ ଖାଦ୍ୟ ସଂସ୍କୃତିର ବଡ଼ ଦେନ,

ଖାଇବା ହୋଟେଲରେ, ଶୋଇବା ହସ୍ପିଟାଲରେ

ଯେବେଠୁ ଆସିଲା ଇଣ୍ଡାନା ଆଚାର,

ବଦଳିଗଲା ସବୁ ବୁଦ୍ଧି ବିଚାର ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy