STORYMIRROR

Rajesh Kumar Jain

Comedy

3  

Rajesh Kumar Jain

Comedy

ପିଲାଙ୍କ ଶିକ୍ଷା ବ୍ୟବସ୍ଥା

ପିଲାଙ୍କ ଶିକ୍ଷା ବ୍ୟବସ୍ଥା

1 min
25.3K


ପିଲାଙ୍କ ଶିକ୍ଷା ବ୍ୟବସ୍ଥା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଖାଉଛନ୍ତି ବାହାରର ଅନ୍ନ

ସେହିପରି ହୋଇଯାଉଛି ମନ

ଟିକେ ଟିକେ କଥାରେ ରାଗ

ଖାଉନାହାନ୍ତି ଏବେ ଶାଗ

କ୍ଷୀର ବଦଳରେ ଅମୁଲ୍

କିପରି ହେବ ମୁଣ୍ଡ କୁଲ୍

ଚିପ୍ସ, କୁର୍କୁରୀ, ଚକୋଲେଟ୍

ପିଲାସବୁ ଏହି ଖାଦ୍ୟରେ ସେଟ୍

ଭୁଲିଗଲେଣି ଗୁଆଘିଅ ଆଉ ଲହୁଣି

ସ୍ୱପ୍ନ ହୋଇଗଲାଣି ଏବେ ତୋରାଣି

ପଡ଼ିଯାଉଛି ବାହାରେ ଖାଇବାର ନିଅଁ

ଡାକ୍ତର ଭାଇନା ଧରିଛନ୍ତି ଖିଅ

ବିଦେଶୀ କଲ୍ଚର୍ ହାଲୋ ଆଉ ହାଏ

ବାପାମା’ଙ୍କୁ କରିଦେଉଛନ୍ତି ବାଏ ବାଏ

ଅଟୋରେ ୮ ଜାଗାରେ ୧୨ର ଭିଡ଼

ଫୁଲିଯାଉଛି ଛୁଆଙ୍କର ଗୋଡ଼

ଗଧ ପରି ପିଠିରେ ଲଦା ବସ୍ତା

ଶିକ୍ଷାରେ ନାହିଁ କିଛି ବ୍ୟବସ୍ଥା

ସବୁଥିରେ ଏବେ ଡୋନେସନ୍

ଶିକ୍ଷକଙ୍କର ନାହିଁ ଆଟେନ୍ସନ୍

ସରସ୍ୱତୀଙ୍କ ଘରେ ଲକ୍ଷ୍ମୀ ଯାଇଛନ୍ତି ମାଡ଼ି

ଅଭିଭାବକମାନେ ଛାଡୁଛନ୍ତି ରଡ଼ି

ଶିକ୍ଷାରେ ବ୍ୟବସାୟୀକରଣର ଧୂଆଁ

କୋଚିଙ୍ଗ୍ ବାଲା ଡାକୁଛନ୍ତି ଆ ସୁନାପୁଅ ଆ

ଆସ୍ଥା ଭବିଷ୍ୟତର ମନ୍ଦିର ବେହାଲ

ମିଳିମିଶି ବଦଳେଇବାକୁ ହେବ ଚାଲ

ଦୋଷୀ ଶିକ୍ଷାରେ ସରକାରୀ ନୀତି

ପ୍ରଥମେ ଏହାର ହେଉ ଇତି

ନୂତନ ଭବିଷ୍ୟତର କରିବା ନିର୍ମାଣ

ବ୍ୟବସ୍ଥାର କରି ଆମୂଳଚୂଳ ପରିବର୍ତ୍ତନ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy