STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମୁଁ ବାହାଘର ମିଡିଏଟର‌

ମୁଁ ବାହାଘର ମିଡିଏଟର‌

2 mins
284


    (ରମ୍ୟ ରଚନା)

ହେଇ ଆସିଲା ପୁଣି ଫୋଅନ‌

  ରଖେଇ‌ ଦେବେ ନାହିଁ,

ହ୍ଯାଲୋ କୁହନ୍ତୁ ଶୁଭୁଛି‌ ଆଜ୍ଞା

   ମିଡିଏଟର‌ ମୁହିଁ।


କ'ଣ କହିଲେ ନାଗସ୍ଯ‌ ଗୋତ୍ର

   ମିଥୁନ ରାଶି ଝିଅ,

ଗ‌ଉର ବର୍ଣ୍ଣ ଭଲ ହାଇଟି

   ନାଆଁଟା କ'ଣ କୁହ?


ନାଆଁ କବିତା ଗାଲରେ ଗୋଟା

   ରହିଛି କଳାଜାଈ‌,

ଝିଅଟି ତୁମ ସାହିତ୍ୟ ଦିଦି

   ଭଲ ପ୍ରସ୍ତାବ ଭାଇ।


ପୁଅଟି କିନ୍ତୁ ହିନ୍ଦୀ ମାଷ୍ଟର

   ଦରମା ପାଏ ଭଲ,

ଯଦି ପସନ୍ଦ ବୁଝିକି କୁହ

   କରିବା ଫାଇନାଲ ‌।


ରାଜଜୋଟକ ପଡୁଛି ଆଜ୍ଞା

   ବୁଝିବା ବାହାଘର,

ହ୍ଵାଟସପ୍‌ରେ ବାଇଓ‌ ଡାଟା

   ଶୀଘ୍ର ମେସେଜ‌ କର।


ମୁଁ..କହୁଛି ମିଡିଏଟର,

   ଶୂନ‌ ମୋ ପାଠଘର‌,

ହେଲେ କଥାରେ କିଣେ ଓ ବିକେ

    ମୁଁ ପକ୍କା ଖେଳୁଆର‌।

 

ବେକାର ଯେଣୁ ବେପାର ମୋର

    ମଧ୍ୟସ୍ଥି କାରବାର,

ଅନ୍ୟ ନାମଟି ମୋର କୁଆଡେ଼

    ମୁଁ ବଡ଼ ଟାଉଟର‌।


ଦଲାଲ ବୋଲି ଉପାଧିଟିଏ

    କେତେକ ଦେଇଛନ୍ତି,

ତଥାପି ମୋର ଶୋଚନା‌ ନାହିଁ

    କାର୍ଯ୍ୟ କରୁଛି ନିତି ‌।


ଥରେ ସେଏଟ‌ କରିଥିଲି‌ ମୁଁ

    ଗୋଟିଏ ବାହାଘର,

ଜାଣି ପାରିଲି ନାହିଁ କି ଦୋଷ

    ଥିଲା କେଉଁଠି ମୋର।


ଯଦିବା‌ ସ୍ତ୍ରୀ ଗୋଟେ ଆଗରୁ 

    ବରପାତ୍ରର‌ ଥିଲା,

ମୁଁ କିନ୍ତୁ ଏହା ଜାଣି ନ ଥିଲି

    ବାହାଘର‌ଟି ହେଲା।


ପଡ଼ିଲା ହାତଗଣ୍ଠିଟି ବେଦୀ

   ଉପରେ ଯେତେବେଳେ,

ଚପଲ ମାଡ଼ ନିର୍ଦ୍ଧୁମ ମୁହିଁ

   ଖାଇଲି‌ ସେତେବେଳେ।


କିହୋ କାହିଁକି ମାରୁଛ ମୁହିଁ

    ତୁମ ମିଡିଏଟର‌,

ଆଉ ମାରନା ଏତିକି ଥାଉ

    ପ୍ରେଷ୍ଟିଜ୍ ରଖ ମୋର‌।


ଯାହା ଜାଣିଲି କନିଆଁ ଭାଇ

    ଅଟେ ତ ଗ୍ୟାଙ୍ଗଷ୍ଟାର,

ସାଙ୍ଗରେ ଥିଲେ ଅନେକ ଟୋକା

    ପୁଣି ତା' ଗୁଣ୍ଡାଦଳ‌।


ଯେ ଅନାବାଦି ଭଳି ପିଠିରୁ

    ଚୋପା‌ ମୋ ଛଡେଇଲେ,

ପାଉଣା କଥା କିଏ ପଚାରେ

    ଧୋତି ମୋ ଖୋଲିଦେଲେ‌।


ଥିଲା ବୋଲିକି ଅଣ୍ଡର‌ଓ୍ଵାର୍ଡ 

    ଇଜ୍ଜତ ଗଲା ରହି,

ଅର୍ଦ୍ଧ ଲଙ୍ଗଳା ହୋଇ ଧାଇଁଲି

    ଜୀବନ ମୋର ନେଇ।


ଅଭିଜ୍ଞତା ମୋ ଆହୁରି ଅଛି

    କହୁଛି ଭାଇ ଶୁଣ,

ବାଇକି ନାହିଁ ସାଇକେଲରେ

    ଯାଆସ କରେ ଜାଣ।


ପୁଳାଏ ଝିଅ ଫଟୋ ଧରିଛି

    ଦୁଇ ପ୍ରହର ରାତି,

ପୋଲିସ ଭ୍ୟାନ ଠିଆ ହୋଇଲା

    ଆସି ମୋହର କତି।


ସନ୍ଦେହ କରି ପୋଲିସ ମୋର

    ବେଏଗ‌ ଖେଳେଇଲେ‌,

ପୁଳେ‌ ଝିଅଙ୍କ ଫଟୋ ସେଥିରେ

    ରହିଛି ଦେଖିଦେଲେ‌।


ମୁଁ କାଳେ ଝିଅ ବେପାର କରେ

    ଏହି ଭାବନା ନେଇ,

ଯା‌' ମନ‌ଇଚ୍ଛା‌ ଗୋଇଠା ବିଧା

    ମୋପରେ‌ ଦେଲେ ଥୋଇ।


ପୁଣି କଲର ଧରିକି ମୋର

    ଗାଡିରେ‌ ବସାଇଲେ,

ତଣ୍ଟିଆ‌ ମାରି ମୋତେ ଘୋଷାଡି‌

    ଛାଡ଼ିଲେ ‌ ହାଜତରେ‌।

  

ସେତିକିରେ ମୋ ଦୁଃଖ ଗଲାନି

    ମଶାଙ୍କ ଅତ୍ୟାଚାର ‌,

ସେ କଥା ଯେବେ‌ ମନେ ପଡୁଛି

    ଛାତି ଫାଟୁଛି‌ ମୋର‌।

 

ଯଦିବା ବାଣ ଭଲ ଫୁଟୁନି

    ମିଡିଏଟର‌ ଦୋଷ,

ବାଜା ମାଇକି‌ ଖରାପ ହେଲେ

    ମିଡିଏଟର‌ ଦୋଷ।


ଗାଡ଼ି ଆସିବା‌ ଡେରି ହୋଇଲେ

    ମିଡିଏଟର‌ ଦୋଷ,

ଜିନିଷ ପତ୍ର କମି ହୋଇଲେ

    ମିଡିଏଟର‌ ଦୋଷ।


ବର କନିଆଁ ଝଗଡ଼ା ହେଲେ‌

    ମିଡିଏଟର‌ ଦୋଷ,

ମିଡିଏଟର‌ ସତେ ଯେମିତି

    ପୋଇଲିପୁଅ‌ ଦାସ।

  

ଭଲ ବେପାର ମିଡିଏଟର

    ଟଙ୍କା ମିଳୁ ନ ମିଳୁ,

ପ୍ରଭୁ ଦୟାରୁ ମଦ ସାଙ୍ଗକୁ

    ମଟନ‌ ଝୋଳ ମିଳୁ।

 

ହେବନି କେବେ ମଧ୍ୟସ୍ଥି ଭାଇ

    ଅଗସ୍ତୀ କହିଛନ୍ତି,

ଯଦିବା ହେବ ନାମ ନେବାକୁ

   ପ୍ରସ୍ତୁତ ଥାଅ ନିତି।



Rate this content
Log in

Similar oriya poem from Comedy