STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଝିଅ ଜନମ‌ ଗ୍ୟାସ୍ ମୁଣ୍ଡକୁ

ଝିଅ ଜନମ‌ ଗ୍ୟାସ୍ ମୁଣ୍ଡକୁ

2 mins
4


ଝିଅ ଜନମ‌ ଚୂଲି ମୁଣ୍ଡକୁ

  ଆଉ ସେ କଥା ନାହିଁ,

ବରଂ କୁହ ଝିଅ ଜନମ‌

  ଗ୍ୟାସ୍ ମୁଣ୍ଡକୁ ଭାଇ।

ଘଷି ପତର ନାଗୁଆଣୀ‌ ଜାଳ

   ନୁଣ୍ଡା ଧରିବା ପାଇଁ,

ଧୂଆଁରେ ଫୁଙ୍କି ‌ବେଦମ୍ ଝିଅ

   ଆଖିରୁ ଲୁହ ବୋହି।

କେ ଅଛ ଭାଇ ପାରିବ କହି

   ଆଜିର ପ୍ରଶ୍ନ ଏହି,

କେଉଁ ଜିନିଷ ଛାଡି ଝିଅଟି

   ଯାଏ କନିଆଁ ହୋଇ?

"ଲୁହ"ହେଉଛି ସେହି ଜିନିଷ

   ଯାହାକୁ ଆଜି ଝିଅ,

ଖୁସିରେ ବାପଘରେ ଛାଡୁଛି

   ତା'ସହ ଲାଜଭୟ।।

କାନ୍ଦଣା ଗୀତ ପଛକୁ ଥାଉ

   ଓଢ଼ଣା ମୁଣ୍ଡେ ନାହିଁ,

ବରର ହାତ ଧରିକି ସେହି

   ନାଚୁଛି ଥେଇ‌ ଥେଇ।

ଝିଅ ଜନମ‌ ହସିବାକୁ ଲୋ

   ପୁଅଟି କାନ୍ଦିବାକୁ,

ଧନ୍ୟ ଏ ଯୁଗର ପ୍ରାଦୁର୍ଭାବ

   ଧନ୍ୟ କହିବ ତାକୁ। 

ନାରୀର ଶକ୍ତି ତା' କରାମତି

   କହେ ମିଶନ ଶକ୍ତି,

ସ୍ତ୍ରୀ ସବୁଠିଁ ମାଲିକାଣୀଟି

   ସ୍ଵାମୀ ଖଟୁଛି‌ ବେଠି‌।

ରାସନ କାର୍ଡ ଉପରେ ସ୍ତ୍ରୀ

   ସ୍କୁଲ କି ଅଫିସିରେ,

ସ୍ତ୍ରୀକୁ ଆଗ ସିଟ୍ ମିଳୁଛି

   ବସ୍ ଯାତ୍ରା ବେଳେ।

ଶିଳ ଚକିକୁ ରେଷ୍ଟ‌ ମିଳୁଛି

   ଢ଼ିଙ୍କିର‌ ନାହିଁ ଦେଖା,

କାର୍ଯ୍ୟ କରନ୍ତି ଓ୍ଵାସିଂମେସିନ୍‌, 

   ଗ୍ରାଇଣ୍ଡର‌ ଓ ପଙ୍ଖା଼।

ସ୍ମାର୍ଟ୍ ମୋବାଇଲ ପ୍ରେମେ ବାୟାଣୀ

   ଆଜିକା ନାରୀଟିଏ,

ଫେସବୁକ୍‌ରେ ଯେ ବୟ ଫ୍ରେଣ୍ଡ୍

   ଲକ୍ଷେ ସେ ଖୋଜୁଥାଏ। 

ଯେଦିନ‌ ଝିଅ ସ୍ଵାମୀ ସହିତ

   ଚଳିଲା ଶାଶୁଘର,

ସେଦିନୁଁ ସ୍ୱାମୀ ଦଶା ପଡ଼ିଲା

   ଜାଣ ହେ କାନ୍ଦିବାର।

ସ୍ତ୍ରୀର ଭକ୍ତ ବନିଲା ସ୍ଵାମୀ

   ତା'ବୋଲକରା ହୋଇ,

ନିଜ ପତ୍ନୀର ଖୁସି ପାଇଁକି

   ଲାଗିପଡିଲା ସେହି।

ନିଜର ବାପା ମାଆ ଅଲୋଡ଼ା

    ଶଶୁର ପ୍ରୀତି ବଢ଼େ,

ଶାଶୁଶଶୁର ଶଳା ଶାଳୀକୁ 

    ଜ୍ବାଇଁଟା ସେବା କରେ।

ସ୍ତ୍ରୀ ଆସିଲା ପରେ ପୁଅଟି

    ରହେନା ପୁଅ ହୋଇ,

ଶଶୁର ଘର ପ୍ରେମେ ପାଗଳ

    ହୁଏ ସେ ସ୍ତ୍ରୀ ପାଇଁ।

ଶାଳୀ ନ କୁହେ ବିଭିନ୍ନ ଚିଜ

    ଗିଫ୍ଟ‌୍ ତାକୁ ଦିଏ ‌,

ନିଜ ଭ‌ଉଣୀ କାନ୍ଦି ମଲେ ବି

    କିଛି ମିଳି ନ ଥାଏ।

ବାପା ମାଆଙ୍କ ଅରୁଚି ପାଟି

    ଆମିଷ ଯଦି ଝୁରେ,

ଶଳା ଶଶୁର ଖୁସି ପାଇଁକି

    ମଟନ‌ ଝୋଳ କରେ।

ନାରୀ ସଶକ୍ତିକରଣ ଇଏ

    ନାରୀ ଆସନ ଉଚ୍ଚ,

ସ୍ଵାମୀଟି ପୋଷା ମାଙ୍କଡ଼ ପ୍ରାୟେ

   କରୁଛି ଆଜି ନାଚ।

ଏମିତି କେହି ପୁରୁଷ ନାହିଁ

    ସ୍ତ୍ରୀର ଖୁସି ପାଇଁ,

ନିଆଁକୁ କିଏ ଡେଇଁ ତ ନାହିଁ

    କହି ପାରିବ ଭାଇ?

ଘରଣୀ ଅଣ୍ଟା ବିନ୍ଧୁଛି ଘର

   ପାଇଟି‌ କରିବାକୁ,

ରୋଷେଇ କରି ସ୍ଵାମୀ ଦ‌ଉଡେ

   ଔଷଧ ଆଣିବାକୁ।

ଗୋଡ଼ ଉପରେ ଗୋଡ଼ ଥୋଇକି

   ହୁକୁମ୍‌ କରେ ଯିଏ,

ଘରଣୀ ତା'ର ନାଆଁ ଯାହାକୁ

   ଗେରସ୍ତ ଡରୁଥାଏ‌।।

ଓଡ଼ିଆ ଢାଞ୍ଚା ଗନ୍ଧାଏ ପଚା‌

   ଶାଢ଼ୀ ପିନ୍ଧାକୁ ଛାଡ଼ି,

ଓଡିଆଣୀଟି‌ ନାଇଟି ଭିଡ଼ି

   ଛାଡୁଛି‌ ଘୋର ରଡ଼ି।

ମହିଳା ଦଳ କରେ କୀର୍ତ୍ତନ

   ଦର୍ଶକ ସାଜେ ସ୍ଵାମୀ,

ଶିଶୁକୁ ଦେଇ ବୋତଲ କ୍ଷୀର

   ସ୍ଵାମୀ ବନୁଛି ମମି‌।  

ତେଣୁ ହେ‌ ସ୍ଵାମୀ ଏ ସବୁ ଜାଣି

    ସ୍ତ୍ରୀଙ୍କୁ ତେଲ ମାର‌,

ସ୍ତ୍ରୀ ମାନଙ୍କୁ ସେବା କରିଲେ

    ହୋଇବ ଭବୁ‌ ପାର।

ତଥାପି ସ୍ତ୍ରୀ ଆହୁଲା ହେଲେ

    ପୁରୁଷ ଅଟେ କାତ,

ଦୁହିଁଙ୍କ ବୁଝାମଣାରେ ଚାଲେ

    ସଂସାର ଡଙ୍ଗାଟି ତ।


రచనకు రేటింగ్ ఇవ్వండి
లాగిన్

Similar oriya poem from Comedy