STORYMIRROR

Bidyadhar Panda

Inspirational Comedy

3  

Bidyadhar Panda

Inspirational Comedy

ଦୟାର ପାତ୍ର

ଦୟାର ପାତ୍ର

1 min
28.3K


ଦୟାର ପାତ୍ର

କେତେ ଦିନ ଘୁଷୁରିବା?

କେବେ ଆମେ ଶିଖିବା ଚାଲି?

 

କେତେ ଦିନ ଥିବା ଆମେ

ପଡ଼ୋଶୀର ଦୟାର ପାତ୍ର?

ନିଜ ପିଠି ଥାପୁଡ଼ାଇ ନିଜେ

ଫୁଲାଉଥିବା ସିକୁଡ଼ା ଛାତିକୁ?

ମହାନଦୀ ଶୁଖିଲା କାହିଁକି?

ମହାନଦୀରେ ବନ୍ୟାବଢ଼ି କିଆଁ?

ପଡ଼ୋଶୀର ଆଦର ବହୁତ

ଆମେ ମାଗୁଛୁ ଗର୍ବରେ

ଆଳୁ ଦିଅ ପୂର୍ବ ଦିଗରୁ

ପିଆଜ ଦିଅ ଦକ୍ଷିଣରୁ

ଚାଉଳ ଆସୁ ପଶ୍ଚିମରୁ

ଡ଼ାଲି ଢ଼ାଳ ଉତ୍ତର ପଟରୁ

ନିଅଣ୍ଟ ଅଣ୍ଟକୁ କେନ୍ଦ୍ର ଦୋଷ

ଆମେ ପରା ଦୟାର ପାତ୍ର?

ଅଣ୍ଡା, କଦଳୀ, ଭଣ୍ଡା

ଆମ୍ବ, ମାଛ, ମସଲା ଆଦି

ସବୁ କିଛି ପଡ଼ୋଶୀ ପାଖରେ

ଚିରଦିନ ପାଇଁ ଦୟାର ପାତ୍ର?

 

 ଆମର ବା କୋଲ୍ଡ଼ ଷ୍ଟୋର୍

କ’ଣ ହେବ? ଭାଗଚାଷୀ

ଆତ୍ମହତ୍ୟା ଖାଲି ମିଛ ରାଜନୀତି

ରହିଯିବୁ ସଦା ଦୟାର ପାତ୍ର

କାହିଁ କିଏ ତ କହୁନି ଜଣେ

କେମିତି ରୋକିବ ଦାଦନ?

ସରକାରୀ ସ୍କୁଲରେ ହେବ ପାଠପଢ଼ା?

ଚଷାପୁଅ ଜୀବନ ବଞ୍ଚିବ କିପରି?

କିଏ ସଜାଡ଼ିବ ନଗଡ଼ାର ଝଗଡ଼ା?

ତଥାପି ବୋଧେ ସମୟ ଲାଗିବ ବହୁ

ସ୍ୱାଧିନ ଓଡ଼ିଆ ସ୍ୱାଭିମାନେ ବଞ୍ଚିବାକୁ

ସେ ପର୍ଯ୍ୟନ୍ତ ଅନ୍ୟର ଥିବା ଦୟାର ପାତ୍ର


Rate this content
Log in

Similar oriya poem from Inspirational