STORYMIRROR

Bidyadhar Panda

Comedy Abstract

3  

Bidyadhar Panda

Comedy Abstract

ସୃଷ୍ଟି ରସାୟନ

ସୃଷ୍ଟି ରସାୟନ

1 min
13.4K


ସୃଷ୍ଟି ରସାୟନ

 

ସୃଷ୍ଟି ରସାୟନ ସ୍ରଷ୍ଟା ଜାଣେ ଏକା

 

ଏକ ବ୍ରହ୍ମ ଦୁଜା ନାହିଁ

 

ଏମିତି ବୈଚିତ୍ର୍ୟ ଭରା ଏ ଦୁନିଆ

 

ଅସୁମାରୀ ଜୀବ ଯହିଁ

 

ତଥାପି ଯେମିତି ଲାଗୁଛି ଗୋଟାଏ

 

ନିୟମ ଅଛି ସଂସାରେ

 

କୋଇଲିକୁ କିଏ କହିଲା ଦେବାକୁ

 

ଅଣ୍ଡା କାଉର ବସାରେ?

 

ମେଘ ଦେଖି ଯେବେ ମୟୁର ନାଚିବ

 

ମୟୁରୀ ଆସିବ ପାଶେ

 

ନିୟତିର ନିତି ମାନିକି ଖାଇବ

 

ବଂଶ ବଢ଼ିବାର ଆସେ

 

ସମସ୍ତେ ଜନ୍ମିବେ ସମସ୍ତେ ମରିବେ

 

କାମନା ବାସନା ଦେଇ

 

ଆହାର, ବିହାର, ନିଦ୍ରା ସଭିଙ୍କର

 

ଏକା ପରି ପ୍ରାୟ ହୋଇ

 

ବିବିଧ ବର୍ଣ୍ଣର ଏ ସାରା ଦୁନିଆ

 

ଜୀବ ମାତ୍ରେ ଅଛି ପ୍ରାଣ

 

ଦିନୁ ଦିନ କିଆଁ କନ୍ଦଳ ବଢ଼ୁଛି?

 

ନୈତିକତା ହୁଏ କ୍ଷୀଣ?

 

ଧରା ପୃଷ୍ଟରେ କି ସ୍ରଷ୍ଟା ନାହିଁ ଏବେ

 

ଦେବାକୁ ବିବେକ ଜ୍ଞାନ

 

ସୀମାରୁ ଅଧିକ କମି ଗଲାଣି କି?

 

ସ୍ରଷ୍ଟା ସୃଷ୍ଟି ରସାୟନ

 

ଇଂ. ବିଦ୍ୟାଧର ପଣ୍ଡା, ଏମ୍. ଟେକ୍. ସିଭିଲ, ଏଲ୍. ଏଲ୍. ବି.

 

ଖ-୧୭/୧୫, ପ ଞ୍ଝଞ୍ଚସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର-୧୯

 

ଜି; ଖୋର୍ଧା, ଓଡ଼ିଶା, ମୋ-୯୪୩୯୧୨୮୦୫୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy