STORYMIRROR

Bidyadhar Panda

Inspirational

3  

Bidyadhar Panda

Inspirational

ମାତୃ ଦିବସରେ ମାଆ

ମାତୃ ଦିବସରେ ମାଆ

1 min
14K


“ମାତୃ ଦିବସ”ରେ ମାଆ

ବିଦ୍ୟାଧର ପଣ୍ଡା 

ମା’, ମମି, ବୋଉ ଯାହା କୁହ ତୁମେ

          ଗୋଟିଏ ସଂପର୍କ ପକ୍କା

ମନ୍ଦିର, ମସ୍ଜିଦ୍, ଗିର୍ଜା, ଗୁରୁଦ୍ୱାର

          ଲାଗେ ସବୁ ଫିକାଫିକା ।(୧)

ପେଟେ ଖାଇଥିଲେ ମୋଟେ ଖାଇନାହିଁ

          ମାଆ କହେ ଖା’ ଖା’

ଦେହ ଖରାପରେ ଭୋକଶୋଷ ଭୁଲି

          କୋଳରେ ଶୁଆଏ ମା’ ।(୨)

ବାହାଘର ପରେ ସେହି ପୁଅ କହେ

          ବୁଦ୍ଧି ନାହିଁ କି ତୋହର ?

ବୋହୂଟା ତୋହର ବଡ଼ଘର ଝିଅ

          କଥାଟି ବିଚାର କର ।(୩)

ମୂରୁଖଙ୍କ ପରି ବ୍ୟବହାର କରୁ

          ରୋଷେଇ ଆଦେଶ ଦେଇ 

ଲୁଗାପଟା ସଫା, ଘର ଓଳାଓଳି

          କାମକୁ ପାରୁନି ସହି ।(୪)

ତୁହି ଛୋଟଘର ଝିଅ ଥିଲୁ ବୋଲି

          ଏମିତି କି ଚଳାଇବୁ ?

ପାହାନ୍ତା ପହରୁ ନିଦରୁ ଉଠାଇ

          ଅସୁନ୍ଦରୀ କରିଦେବୁ ?(୫)

ବେଶୀ ହେଲେ ମୁୁହିଁ ସଂଗେ ଘେନିଯିବି

          ଏକା ଏଇଠି ମରିବୁ

ଲଲାଟ ପଟ୍ଟରେ ମନ୍ଦରେଖା ତୋର

          ଭଲ କିଭଳି ଭୋଗିବୁ ?(୬)

କଥା ମୋର ମାନ ବୋହୂସେବା କର

          ଭୁଲି ତୋ ଶାଶୁପଣିଆ

ନହେଲେ ତୁ ଏବେ ଭୁଲିଯା’ ମୋତେ

          ଭୁଲିଯିବି ତୁ ମୋ ମାଆ ।(୬)

ମେ ଦଶ ଆଜି ମନେ ନାହିଁ କା’ର

          “ମାତୃ ଦିବସ” ଦିନଟି

ପୁଅକୁ ସମ୍ଭବ ଭୁଲିଯିବା କଥା

          ମା’ ଛାତି ଯାଏ ଫାଟି ।(୭)

ମାଆର ହୃଦୟ ଛିଦ୍ର କରିଗଲା

          ପୁଅ କଥା ଟାଣ ବାଣ

ଆଶିଷ ମାଗିଲା କାଳିଆ ଠାକୁର

          ସଅଳ ନିଅ ମୋ’ ପ୍ରାଣ ।(୮)

******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational