STORYMIRROR

Bidyadhar Panda

Drama Fantasy Comedy

3  

Bidyadhar Panda

Drama Fantasy Comedy

ବର୍ଷା

ବର୍ଷା

1 min
13.8K


ବର୍ଷା

 

ସଞ୍ଜବେଳଟାରେ ଝିପି ଝିପି ବର୍ଷା

 

ହୃଦୟରେ ଜାଳେ ନିଆଁ

 

ଭିଜିଯିବା ପାଇଁ ମନ ହୁଏ ସିନା

 

ଶାଶୁକୁ ଲାଗେ ଛାନିଆଁ

 

ଅଠର ବର୍ଷିଆ କାମିନି ସାଜିଚି

 

ନୂଆ ନୂଆ ନୂଆବୋହୁ

 

ବରଷା ରିତୁରେ ସାଥୀ ଆଡ଼େ ∙ହେଁ

 

ବାଣ୍ଟିବ ପୀରତି ମହୁ

 

ଶାଶୁ ଶଶୁରଙ୍କ ଆକଟ ପ୍ରହରା

 

ଓଢ଼ଣା ଭିତରେ ରହ

 

କାଗଜ ଡ଼ଙ୍ଗାର କଥା ମନେ ପଡ଼େ

 

ଅନ୍ତରରୁ ଉଠେ କୋହ

 

ମାମୁଁଙ୍କର ଯୋଗୁ ବାହାଘର ହେଲା

 

ମାଉସୀର ସବୁ ଦୋଷ

 

ବଢ଼ିଲା ଝିଅକୁ ଘରେ ରଖନ୍ତିନି

 

କହିଲେ କର ଖଲାସ

 

ଝିପି ଝିପି ବର୍ଷା ଆରମ୍ଭ ହେଲାଣି

 

ଭିଜିବାକୁ ହୁଏ ମନ

 

ଶାଶୁକୁ କଣେଇ କଣେଇ ଚାହୁଁଛି

 

ଆଖି କରି ଛନଛନ

 

କି ଉପାଦାନରେ ମନ ହେଲା ଗଢ଼ା

 

ଶରୀର ଠାରୁ ଅଲଗା

 

ବଧୂ ବେଶରେ ବି ଶାଶୁ ଘରେ ଥାଇ

 

ମନକୁ ପାଉନି ପଘା

 

ପ୍ରିୟା ବି ବୁଝୁନି ମନ କଥା ତାର

 

ଗାଳି ଗୁଲଜ କରୁଛି

 

ପିଲାବେଳ ଢ଼ଙ୍ଗ ରଙ୍ଗ ଛାଡ଼ ଏବେ

 

ଏଭଳି ଇଛାକୁ ପୋଛି

 

ଉପାୟ ପାଞ୍ଚିଲା ତୁଳସୀ ଚଉରା

 

ମୂଳେ ଯାଇ ସଞ୍ଜ ଦେବ

 

ଅଗଣା ଭିତରେ ବରଷା ପାଣିରେ

 

ମନ ଭରି ଭିଜୁଥିବ

 

ଶାଶୁ ଓ ଶଶୁର ବୁଦ୍ଦୁ ବନିଗଲେ

 

ପିୟା ବି ହେଲା ଭକୁଆ

 

ପାଠ ପଢ଼ା ଝିଅ ଶିକ୍ଷିତା କାମିନି

 

ସବୁ କାମରେ ଆଗୁଆ

 

ଭିଜା କାମିନିର ସୁନ୍ଦରତା ଦେଖି

 

ପିୟା କଲା ମନେ ଇର୍ଷା

 

ଗଗନକୁ ∙ହିଁ ମେଘକୁ କହିଲା

 

ସଞ୍ଜରେ ହେବୁନି ବର୍ଷା

 

ଇଂ. ବିଦ୍ୟାଧର ପଣ୍ଡା, ଏମ୍. ଟେକ୍. ସିଭିଲ, ଏଲ୍. ଏଲ୍. ବି.

 

ଖ-୧୭/୧୫, ପ ପଞ୍ଚସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର-୧୯

 

ଜି; ଖୋର୍ଧା, ଓଡ଼ିଶା, ମୋ-୯୪୩୯୧୨୮୦୫୦


Rate this content
Log in

Similar oriya poem from Drama