STORYMIRROR

Bidyadhar Panda

Drama Comedy Inspirational

3  

Bidyadhar Panda

Drama Comedy Inspirational

ଗୋଟିଏ ଲାଉର ମଞ୍ଜି

ଗୋଟିଏ ଲାଉର ମଞ୍ଜି

1 min
13.7K


ଗୋଟିଏ ଲାଉର ମଞ୍ଜି

 

ଶ୍ରଷ୍ଟା ଏକ, ସୃଷ୍ଟି ଭିନ୍ନ ଭିନ୍ନ

 

ଅସୁମାରୀ ଅଗଣିତ

 

ଜଳ, ସ୍ଥଳ ଓ ଆକାଶ

 

ଖାଲିନାହିଁ ସବୁ ପରିପୂର୍ଣ୍ଣ , ସମସ୍ତେ

 

ଆମେ ଗୋଟିଏ ଲାଉର ମଞ୍ଜି

 

ଜନମ ନେଇ ଚିହ୍ନନ୍ତି ମା’କୁ

 

ଅଣ୍ଡାଳି ଅଣ୍ଡାଳି ପାଆନ୍ତି

 

ସ୍ତନ ବା ଚିରର ସନ୍ଧାନ

 

ସହଜ ଉଦର ପୂର୍ତ୍ତି, ସମସ୍ତେ

 

ଆମେ ଗୋଟିଏ ଲାଉର ମଞ୍ଜି

 

ସଂବାଳୁଆରୁ ପ୍ରଜାପତି

 

ମୟୁର ନାଚି ନାଚି ବେଦମ

 

ମୟୁରୀ ହୁଏ ଗର୍ଭବତୀ

 

ଅବିଶ୍ୱସନୀୟ ଏ’ ରତି, ସମସ୍ତେ

 

ଆମେ ଗୋଟିଏ ଲାଉର ମଞ୍ଜି

 

ବାଛି ବାଛି ନିଜ ଜାତି ସାଥି

 

ଜୀବନ ଯୌବନ ଯାଉଛି ବିତି

 

କ୍ଷୁଧାରେ ସଭିଏଁ ହୁଅନ୍ତି ହିଂସ୍ର

 

କୁମ୍ଭୀର,ମନୁଷ୍ୟ ଓ ପକ୍ଷୀ, ସମସ୍ତେ

 

ଆମେ ଗୋଟିଏ ଲାଉର ମଞ୍ଜି

 

କେଇ ଘଡ଼ିର ଜୀବନ

 

ଗର୍ବ ମାନ ଅଭିମାନ

 

ଲୋଢ଼ା ଖାଲି ସନମାନ

 

ଧନ, ଜନ, ସୁଖ ଓ ସମ୍ପତ୍ତି, ସମସ୍ତେ

 

ଆମେ ଗୋଟିଏ ଲାଉର ମଞ୍ଜି

 

ମୃତ୍ୟୁର ଆଗେ ବିବଶ

 

ଅଛି ଯେତେ ଦମ୍ଭ ଯଶ

 

ନିମିଷେ ସବୁ ନିରସ

 

ଅଛି, ଏଇ ଥିଲା ଏଇ ନାହିଁ, ସମସ୍ତେ

 

ଆମେ ଗୋଟିଏ ଲାଉର ମଞ୍ଜି

 

ଇଂ. ବିଦ୍ୟାଧର ପଣ୍ଡା, ଏମ୍. ଟେକ୍. ସିଭିଲ, ଏଲ୍. ଏଲ୍. ବି.

 

ଖ-୧୭/୧୫, ପ ଞ୍ଝଞ୍ଚସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର-୧୯

 

ଜି; ଖୋର୍ଧା, ଓଡ଼ିଶା, ମୋ-୯୪୩୯୧୨୮୦୫୦


Rate this content
Log in

Similar oriya poem from Drama