STORYMIRROR

Papu parida

Drama Romance Others

4  

Papu parida

Drama Romance Others

ଚାନ୍ଦିନୀ ଗୋ ତୁମେ

ଚାନ୍ଦିନୀ ଗୋ ତୁମେ

1 min
282

ଚାନ୍ଦିନୀ ଗୋ ତୁମ ଲାଜେ ସିକ୍ତ ରୂପ

ଉପମା ସନ୍ଧାନେ ମୁହିଁ

ମୋହିନୀ ଗୋ ତୁମ ମୋହିତ ଆଭାରେ

ହଜିଯାଏ କାହିଁ ପାଇଁ।


ପଦ୍ମିନୀ ଗୋ ତୁମ ଅଧର ପାଖୁଡା

ଦୁଇ ବିକଚ ପଙ୍କଜ

ହରିଣୀ ଗୋ ତୁମ ଅଧିର ନୟନ

ପ୍ରଶାନ୍ତର ଭାଟ ସଞ୍ଜ।


ରେଶମୀ ଗୋ ତୁମ ରେଶମ କୁନ୍ତଳ

ଚକାଭଉଁରୀ ର ଖେଳ

ରମଣୀ ଗୋ ତୁମ ନାସିକା ଯୁଗଳ

ଢେଉ ଭାଙ୍ଗେ ଅବିରଳ।


ଦାମିନୀ ଗୋ ତୁମ ଚେହେରାର ସ୍ମିତ

ଅନ୍ଧାରକୁ କରେ ଦୂର

ସଜନୀ ଗୋ ତୁମ ଛାନ୍ଦମୟ ଛବି

ସ୍ତରେ ସ୍ତରେ ଅଳଙ୍କାର।


କୋକିଳା ଗୋ ତୁମ କୋକିଳ କଣ୍ଠରେ

ପ୍ରାଣ ସଞ୍ଚିଯାଏ ଜଡେ

ଶୋଭିନି ଗୋ ତୁମ ମଥାର ଟିକିଲି

ମର୍ଯ୍ୟାଦା ର ବାର୍ତ୍ତା ପଢେ।


ଚପଳା ଗୋ ତୁମ ପାଉଁଜି ଶବଦ

ସତେକି ବୀଣା ଝଙ୍କାର

ରୂପସୀ ଗୋ ତୁମ ଚୁଡ଼ି ରୁଣୁଝୁଣୁ

ଟାଣେ କାହିଁ ବାରମ୍ବାର।


ମୟୂରୀ ଗୋ ତୁମ ନହକା ଚାଲିରେ

ବରଷା ଆସିବେ ଧାଇଁ

କସ୍ତୁରୀ ଗୋ ତୁମ ମାଧୁର୍ଯ୍ୟ ବାସ୍ନାରେ

ପାଗଳ ଗଲିଣି ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama