STORYMIRROR

Goutam Swain

Drama Action Inspirational

4  

Goutam Swain

Drama Action Inspirational

କଙ୍ଗାରୁକୋର୍ଟ-୨

କଙ୍ଗାରୁକୋର୍ଟ-୨

1 min
306


ଗାଁରେ ବସିଛି କଙ୍ଗାରୁକୋର୍ଟ 

   ବିଷମ ବିଷୟଟିଏ

 ଭାଇ ଭାଗବଣ୍ଟା ସବୁ ତ ସରିଲା

   ମା କୁ ରଖିବ କିଏ ?


ହଳ ବଳଦଠୁ ଜମି ବାଡ଼ି ସବୁ 

   ସମ୍ପତ୍ତି ହୋଇଲା ବାଣ୍ଟ,

ଢ଼ିଙ୍କି ଚକି ଶୀଳ ବାକ୍ସ ଆଲମାରୀ

   ଆବର‌ ସିନ୍ଧୁକ ଖଟ।


ଘର ଦୁଆରଠୁ ହାଣ୍ଡି ଚୁଲି ଯାଏଁ 

  ସବୁ ଅଲଗା ହୋଇଲା  

ମାଆ ବୁଢିଟାକୁ କେମିତି ବାଣ୍ଟିବେ

   ସେଇଠି କଥା ରହିଲା ?


 ଭଦ୍ରଲୋକ ବସି ସମାଧାନ କଲେ

    ପନ୍ଦର ପନ୍ଦର ଦିନ 

ପ୍ରଥମ ପନ୍ଦର ବଡଟି ରଖିଲା

   ତା ପର ପନ୍ଦର ସାନ 


 ଭାଗ୍ୟ ଖରାପକୁ ପ୍ରର୍ଥମ ମାସରେ 

   ପଡିଲା ଏକ୍ତିରିଶ ଦିନ 

ଗାଁରେ ବସିଲା ପୁଣି ବୈଠକ

   ହବାକୁ ୟା ସମାଧାନ 


କଥା ବଢ଼ିଗଲା ବାଡାପିଟା ହେଲା

   ମୁଣ୍ଡ ଫଟାଫଟି ହେଲା,

ଗାଁର ନିଶାପ ଥାନା ପୁଲିସରେ

    ପୁଣି ଯାଇ ପହଞ୍ଚିଲା।


ଏଇତ ଦୁନିଆଁ ସ୍ଵାର୍ଥ ଦିଆ ନିଆ

    ସାମାନ୍ୟ ସମ୍ପତ୍ତି ପାଇଁ,

ଭାଇ ତଣ୍ଟି ଭାଇ କାଟୁଅଛି ଏଠି

    ଅବଶ୍ୟ ଭଗାରୀ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama