STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଜଗତର ନାଥ ତୁମେ ଜଗନ୍ନାଥ

ଜଗତର ନାଥ ତୁମେ ଜଗନ୍ନାଥ

1 min
293


ଜଗତର ନାଥ     ତୁମେ ଜଗନ୍ନାଥ  

       ହେ ମହାପ୍ରଭୁ,

ଭାବେ ଭାବଗ୍ରାହୀ  ଭାବେ ନିଅ ମୋହି 

        ତୁମେ ହିଁ ବିଭୁ।

କରିଛ ସର୍ଜନା    ଦେଇଛ ଚେତନା 

       ଜୀବ ଜଗତେ,

ଚାରି ଯୁଗେ ତୁମେ   ଇଏ ଧରାଧାମେ

        ରହିଛ ହିତେ।

କଳି ଯୁଗେ ତୁମ     ରୂପ ଦାରୁବ୍ରହ୍ମ

        ହେ ବଡ଼ଠାକୁର,

ତୁମେ ହିଁ ବିଧାତା   ପାଳନ କରତା

         ଏ ସଂସାରର।

ଆକାଶଟା ସାରା   ସୂର୍ଯ୍ୟ ଚନ୍ଦ୍ର ତାରା

          ଦେଇଛ ଭରି,

ବସୁଧାର ବକ୍ଷେ   ପ୍ରାଣୀଙ୍କ ସପକ୍ଷେ

        ରଖିଛ ଶିରୀ।

ନଦ ନଦୀ କ୍ଷେତ    ସାଗର ପର୍ବତ

          ତୁମରି ଦାନ,

ଗଢ଼ିଛ ପ୍ରକୃତି    ଦେଇଛ ଆକୃତି

        ହସେ ଜୀବନ।

ସୁଷମାରେ ଭରା   ଏ ସବୁଜ ଧରା

         ଅମୃତମୟ,

ତୁମ କୃପା ବଳେ   ଏ ଦୁନିଆଁ ଚଳେ

        ମିଳେ ଅଭୟ।

ଅନୁଗ୍ରହ କରି    ରଖ ଯେ ଉଦ୍ଧରି

        ହେ କୃପାସିନ୍ଧୁ,

ମନେ ପ୍ରାଣେ ତୁମେ ଭାବ ଭକ୍ତି ପ୍ରେମେ

        ତୁମ ହିଁ ବନ୍ଧୁ।

କର୍ମ ଅନୁସାରେ   ଫଳ ଦିଅ ବାରେ

      ଭୋଗନ୍ତି ସର୍ବେ,

ନ ବୁଝି ମାନବ   ରଖେ ନାହିଁ ଭାବ

      ଭୁଲେ ତା' ଗର୍ବେ।

ଦିବ୍ୟଜ୍ଞାନ ଦେଇ  ଦିଅ ହେ ବୁଝାଇ

        ଯାଉ ସେ ତରି,

ନ୍ୟାୟ ଧର୍ମ ପାଳି   ଉଚିତକୁ ଭାଳି

         ଯାଉ ସୁଧୁରି।

ତୁମେ ଚିରନ୍ତନ   ସତ୍ୟ ସନାତନ

        ତୁମେ ତ୍ରିକାଳ,

ମହିମା ତୁମର    ଅନନ୍ତ ଅପାର

         କର ମଙ୍ଗଳ।

ଦୁଃଖ କର ଦୂର  ହସୁ ଏ ସଂସାର

        ଯାଉ ଯନ୍ତ୍ରଣା।

ତୁମରି ଚରଣେ  ରଖ ହେ ଶରଣେ

        କରେ ପ୍ରାର୍ଥନା।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract