STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ମହାପ୍ରଭୁଙ୍କ ଶ୍ରାଦ୍ଧ ବେଶ

ମହାପ୍ରଭୁଙ୍କ ଶ୍ରାଦ୍ଧ ବେଶ

1 min
273

ଯାହାଙ୍କ ନିର୍ଦ୍ଦେଶ ମାନି ଚାଲେ ବିଶ୍ବ,

     ତାଙ୍କ ଖ୍ୟାତି ଯଶ ବ୍ରହ୍ମାଣ୍ଡେ ଅଶେଷ।

ତାଙ୍କଠାରେ ବଶ ପୃଥ୍ବୀରୁ ଆକାଶ,

     ହୋଇ ସେ ସନ୍ତୋଷ ଦିଅନ୍ତି ଆଶିଷ।

ଜଗତର ନାଥ ସେ ଯେ ଜଗନ୍ନାଥ, 

        ଶୁଣନ୍ତି ଆରତ ଦେଖାନ୍ତି ସୁପଥ।

ସେ ତ ଚକାଡୋଳା ଜୀବନର ଭେଳା,

    ସଂସାରର ମେଳା ତାଙ୍କର ଯେ ଲୀଳା।

ହୋଇ କେତେ ବେଶ ହୁଅନ୍ତି ପ୍ରକାଶ

      ସେ ସତ୍ୟ ଶାଶ୍ଵତ ଭରସା ବିଶ୍ଵାସ।

‌ମାର୍ଗଶିର ମାସେ ପ୍ରଭୁ ଶ୍ରାଦ୍ଧ ବେଶେ

       ଦିଅନ୍ତି ଶ୍ରାଦ୍ଧ ସେ ପୂରୁବପୁରୁଷେ।

କୃଷ୍ଣ ଚତୁର୍ଦ୍ଦଶୀ ଶୁଭ ତିଥି ଆସି,

        ଜଣାଇ ଦିଅଇ ଯଥାବିଧି ରୀତି।

ଦେବ ଦୀପାବଳୀ ମହାପ୍ରଭୁ ପାଳି

        ମହାଦୀପ ଜାଳି ଦିଅନ୍ତି ଅଞ୍ଜଳି।

ପ୍ରଥମ ଦିବସେ ଅଦିତି କାଶ୍ୟପେ

      ଦିଅନ୍ତି ଶ୍ରାଦ୍ଧ ସେ ତାଙ୍କ ଆରାଧନେ।

ଅମାବାସ୍ୟା ଦିନ କରନ୍ତି ତର୍ପଣ

      ଦଶରଥେ ଦାନ କୌଶଲ୍ୟାଙ୍କୁ ପୁଣ।

ପ୍ରତିପଦା ଦିନ ଦେବକୀ ନନ୍ଦନ,

        କରି ଯେ ସ୍ମରଣ କରନ୍ତି ଅର୍ପଣ।

ମାତା ଦେବକୀଙ୍କୁ ମାତା ଯଶୋଦାଙ୍କୁ 

       ପିତାଶ୍ରୀ ନନ୍ଦଙ୍କୁ ଓ ବସୁଦେବଙ୍କୁ।

ସେ ଇନ୍ଦ୍ରଦ୍ୟୁମ୍ନଙ୍କୁ ଗୁଣ୍ଡିଚା ରାଣୀଙ୍କୁ

        ଶ୍ରଦ୍ଧାର ଶ୍ରାଦ୍ଧକୁ ପାଳନ୍ତି ବିଧିକୁ।

ଶ୍ରୀଅଙ୍ଗେ ଧାରଣ ଶ୍ଵେତ ବସ୍ତ୍ରମାନ,

         କରି ତିନି ଦିନ ଦିଅନ୍ତି ଦର୍ଶନ।

ଶ୍ରାଦ୍ଧ ବେଶେ ଭିଡ଼ି ନାଗପୁରୀ ଶାଢୀ,

        ପିନ୍ଧନ୍ତି କୁଣ୍ଡଳୀ ହରିଡ଼ାର ମାଳି।

ଚନ୍ଦର ସୂରୁଜ ସାଥେ ନୀଳଭୂଜ, 

        ତଡ଼ଗୀର ସାଜ ଆଡ଼କାନି ସଜ।

ଏ ବେଶେ ଠାକୁର ଦିଶନ୍ତି ସୁନ୍ଦର,

       ରୂପ ମନୋହର ମୋହେ ତ୍ରିପୁର।

ମାନବୀୟ ଲୀଳା କରି ଚକାଡୋଳା,

      ବୁଝାନ୍ତି ଶୃଙ୍ଖଳା କର ନାହିଁ ହେଳା।

ପ୍ରଭୁ ପାଦେ ନତ ଏ ସାରା ଜଗତ

         କରିଣ ଆରତ ହୁଅଇ ଆଶ୍ରିତ।

ଶ୍ରାଦ୍ଧ ବେଶ ଦେଖି ଲାଖି ରହେ ଆଖି,

    ପ୍ରଭୁ ହୋଇ ସାକ୍ଷୀ ସୁଖେ ଥା'ନ୍ତି ରଖି।

ପ୍ରଭୁଙ୍କୁ ପ୍ରଣତି କରେ ମୁଣ୍ଡ ପାତି

       ତାଙ୍କୁ ଜପି ନିତି ଯାଉ ଦିନ ବିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract