Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Drama Inspirational

4  

Alhadini Panigrahi dash

Drama Inspirational

ବିଶ୍ବ ଦର୍ଶନ

ବିଶ୍ବ ଦର୍ଶନ

1 min
341


ଶ୍ବଶୁର ମୋ ପିତା ଆକାଶ ସମାନ

  ଶାଶୁ ତ ଧରିତ୍ରୀ ମାଆ

ମୋ ସ୍ବାମୀ ଅଟନ୍ତି ମୋହରି ଦେବତା

   ମୋ ଦାଂପତ୍ୟ ଜୀବ-ନାଆ ।


ଜେଜେ ଶ୍ବଶୁର ମୋ ସୂର୍ଯ୍ୟ ଙ୍କ ସମାନ

  ଅନ୍ଧାରେ ଦେଖାନ୍ତି ରାହା 

ତାଙ୍କ ଚାରିପଟେ ସକାଳ ସଞ୍ଜ ରେ

  ଘୁରୁ ଥାଉ ଦୁଇ ଯାଆ ।


ଛୁଆ ମାନେ ଆମ ଟିକି ଟିକି ତାରା 

  ଆମରି ସୌର ମଣ୍ଡଳେ

ଧୁମକେତୁ ସମ ବିପଦ ଆସିଲେ

  ହରାଉ ଏକତା ବଳେ ।


ଜ୍ୟୋତ୍ସ୍ନାଲୋକ ସମ ପ୍ରେମ ର ଆଲୋକେ

   ଭୁବନ ଉଜ୍ଜଳ ମୟ

ଯନ୍ତ୍ରଣା ମରୁ କା ହୃଦୟ ଛୁଇଁଲେ

   ସିଂଚୁ ସ୍ନେହ ,ପ୍ରେମ ତୋୟ ।


ପ୍ରେମ ନଦ ,ନଦୀ ମନ୍ଦାକିନୀ ସମ

  ବହେ ଆମ ଅଗଣା ରେ

ଶାନ୍ତି ମହୋଦଧି ଢେଉ ତୋଳେ ନିତ୍ୟ

  ପରିବାର ବେଳାତୀରେ ।


ମୋର ପରିବାର ବଇକୁଣ୍ଠପୁର 

   ଏଇ ମୋର ବୃନ୍ଦାବନ

ମୋହରି ଭୁବନେ କରୁଥାଏ ମୁହିଁ

   ସମଗ୍ର ବିଶ୍ବ ଦର୍ଶନ ।


Rate this content
Log in

Similar oriya poem from Drama